ମୋହନା ରଥଯାତ୍ରା : ଦୁଇ ବର୍ଷ ପରେ ଭକ୍ତ ଭଗବାନ ଙ୍କ ମିଳନ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନାରେ ଶ୍ରୀ ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଛି l ଶୁକ୍ରବାର ସକାଳେ ପାରମ୍ପରିକ ରୀତିରେ ନିତିକାନ୍ତି ସମାପନ ହୋଇଥିଲା l ଏହାପରେ ଅପରାହ୍ନ ସାଢେ଼ ୩ ଟାରେ ମହାପ୍ରଭୁ ପହଣ୍ଡି ବିଜେ କରି ରଥାରୁଢ଼ ହୋଇଥିଲେ l ରଥ ଉପରେ ପୂଜାର୍ଚ୍ଚନା ପରେ ପ୍ରତାପ ଚନ୍ଦ୍ର ପାତ୍ର ଛେରା ପହଁରା କରିଥିଲେ l ଏହାପରେ ସନ୍ଧ୍ୟା ୬ ଟାରୁ ରଥ ଟଣା ଆରମ୍ଭ ହୋଇଥିଲା l ୧୦ ହଜାର ଭକ୍ତଙ୍କ ଗହଣରେ ଘଣ୍ଟ ହୁଳହୁଳି ରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ଗଡି ଥିଲା l ସନ୍ଧ୍ୟା ୭ ଟାରେ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା l ପୁରୋହିତ ବାବୁଲି ରଥ, ଭୋଳାନlଥ ସାହୁ ଓ ଅଂଶୁମାନ ପଣ୍ଡା ପୂଜାକାର୍ଯ୍ୟ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ କୁ ମନ୍ଦିର କମିଟି, ଏମକେସିଜି ଯୁବକ ସଂଘ, ବଣିକ ସଂଘ ପରିଚାଳନା କରିଥିଲେ l ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ବରେ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ସେଇପରି ଚନ୍ଦ୍ରଗିରି ରେ ମଧ୍ୟ ସନ୍ଧ୍ୟା ସମୟରେ ରଥା ଟଣା ଯାଇଥିଲା ଶାନ୍ତି ଶୃଙ୍ଖଳା ରେ ମାଉସୀ ମା ମନ୍ଦିର ରେ ରଥ ପହଞ୍ଚି ଥିଲା I ବହୁ ଭକ୍ତଙ୍କ ଭିଡ ଜମିଥିଲା ରାତ୍ର ସଂଶୁକୃତିକ କାର୍ଯ୍ୟକ୍ରମ ହୋଇଥଲା I