ମୋହନା ରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ପହଞ୍ଚିଲା ୧୬ ଜଣିଆ ଡାକ୍ତରୀ ଟିମ୍
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ରେ ବିଭିନ୍ନ ସ୍ଥାନରେ ଜର ଲାଗିରହିଛି ଯାହାକି ଡେ଼ଙ୍ଗୁ ଲକ୍ଷଣ ରହିଛି ମୂଖ୍ୟ କରଣ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଲୋକେ ଅଳିଆ ଆବର୍ଜ୍ଜନା ଘର ପାଖରେ ପକାଇ ରଖିବା ଦ୍ୱାରା ବ୍ୟାପିବାରେ ଲାଗିଛି ସଂକ୍ରମଣ ଗୋଟିଏ ମାସ ମଧ୍ୟରେ ୭ଜଣଙ୍କ ମୃତ ଘଟିଥିବା ବେଳେ ୬୦ରୁ ଉର୍ଦ୍ଧ ଆକ୍ରାନ୍ତ ହୋଇ ବ୍ରହ୍ମପୁରୁ , ଭୁନେଶ୍ବର, ବିଶାଖାପାଟଣା ମେଡିକାଲ୍ ରେ ଚିକିତ୍ସା ହେଉଛନ୍ତି ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି ମୋହନା ପଂଚାୟତର ୭,୮, ୯ ନଂ ୱାଡ଼ରେ ଯାହାକୁ ରବିବାର ପଂଚାୟତ ପ୍ରତିନିଧି ଦଳ ମେଡିକାଲ୍ କୁ ଜାଇ ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ଙ୍କୁ ଜଣାଇବା ପରେ ମୋହନା ଗସ୍ତରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ବିଭିନ୍ନ ମେଡିକାଲ୍ ସୁବିଧା ଯୁଗୋଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତିରୁପତି ରାଓ ଏକ ଟିମ୍ ପରିଦର୍ଶନ କରି ଫେରିଥିଲେ ସମବାର୍ ଦିନ ଭୁନେଶ୍ଵର ଠାରୁ ଜିଲ୍ଲା ପାଳ ଙ୍କ ନିର୍ଦେଶ କ୍ରମେ ହାଇଟେକ୍ ମେଡିକାଲ୍ ର ୧୬ ଜଣ ଟିମ୍ ମୋହନା ଖ୍ରୀଷ୍ଟାନ ସାହି ରେ ପହଞ୍ଚି ଥିଲେ ତିନୋଟି ୱାଡ଼ ରେ ପ୍ରଥମେ ଆରମ୍ଭ କରିଛନ୍ତି ଡେଙ୍ଗୁ ପରୀକ୍ଷା ମାଗଣା ରେ ଏବଂ ଗୋଟିଏ ଆମ୍ବୁଲାନ୍ସ ରଖାଯାଇଛି ଜରୁରୀ କାଳୀନ ମୁକାବିଲା ପାଇଁ ପ୍ରତେକ୍ ଘରେ ଡାକ ବାଜି ଜନ୍ତ୍ର ଦ୍ୱାରା ଅଙ୍ଗନବାଡ଼ି ଓ ଆଶା ଦିଦି ସଚେତନତା କରାଇଛନ୍ତି ମେଡିକାଲ୍ ରେ ସୂତନ୍ତ୍ର ଗୃହ ଖୋଲିଲା ସମବାର୍ ଠାରୁ ଏହି ପରୀକ୍ଷା ଆରମ୍ଭ ବେଳେ ତହସିଲଦାର କିଶୋର ଦାଶ, ବିଡିଓ ତପସ୍ପିନି ହାଁସଦା, ମେଡିକାଲ୍ ଅଧିକାରିଣୀ ନମିତା ପଣ୍ଡା, ଶିଶୁ ବିକାଶ ଅଧିକାରିଣୀ ଲଳିତା ମଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ତିରୁପତି ରାଓ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ମୋହନା ଓ ଚନ୍ଦ୍ରଗିରି ଜୁନ ର ଜିଲ୍ଲା ପରିଷଦ ସଭ୍ୟ ସୁନିଲ କୁମାର ବିଷୋଇ, ଚନ୍ଦ୍ରକାନ୍ତ ମଳିକ, ସମିତି ସଭ୍ୟ ବାଳକୃଷ୍ଣ ମଲିକ, ସମେତ୍ ସରପଞ୍ଚ ୱାଡ଼ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ଏହି ଗସ୍ତରେ ପ୍ରତେକ ସାହି ପରିଦର୍ଶନ କରି ଡ୍ରେନ ଓ ରାସ୍ତା ନିର୍ମାଣ ପାଇଁ ବିଡିଓ ଙ୍କୁ କହିଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ରାଓ ପ୍ରଥମ ଦୀନ ରେ ଡେ଼ଙ୍ଗୁ ପରୀକ୍ଷା ହୋଇଛି ୧୩୮ ସେଥି ମଧ୍ୟରୁ ୩୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୫ଦିନ ଡେ଼ଙ୍ଗୁ ପରୀକ୍ଷା କେମ୍ପ ହେବ ବୋଲି ହାଇଟେକ୍ ମେଡିକାଲ୍ ର ଟିମ୍ ସୂଚନା ଦେଇଛନ୍ତି ସେପଟେ ସନ୍ଧ୍ୟା ରେ ସରପଞ୍ଚ ଓ ନିଏବ ସରପଞ୍ଚ ମୋହନା ମେଡିକାଲ୍ ର ଡେଙ୍ଗୁ ଗୃହ ପରିଦର୍ଶନ କରିଥିଲେ କିନ୍ତୁ ୨୦ଟି ସଜୀୟ ଜାଗା ରେ ଦୁଇଟି ସଜୀୟା ରହିଛି ଗୋଟିଏ ରେ ଗଦି ନ ଥାଇ ଚାଦର ପଡ଼ିଛି ପାନୀୟ ଜଳ ଆଲୋକର ଅବ୍ୟବସ୍ଥା ରହିଛି ଯଦି କାଲି ସୁଦ୍ଧା ଏହାର ସମାଧାନ ନ ହୁଏ ତେବେ ଜନ୍ ଆନ୍ଦୋଳନ ହେବ ବୋଲି ସରପଞ୍ଚ ଓ ଗ୍ରାମ ବାସୀ କହିଛନ୍ତି