ମୋ ଓଡିଶା” ସଂଗୀତ ଗାଇଲେ ଗଜପତିର ଦୀପଶିଖା ପଟ୍ଟନାୟକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପବିତ୍ର ଉତ୍କଳ ଦିବସ ଅବସରରେ ମୁକ୍ତିଲାଭ ହୋଇଯାଇଛି ଓଡିଶାର ସଂଗୀତ “ମୋ ଓଡିଶା” । ଏହି ସଂଗୀତ ଏକ ଭିନ୍ନ ଧରଣର ହୋଇଛି । ଓଡିଶାର ୩୦ଗୋଟି ଜିଲ୍ଲାରୁ ୩୦ଜଣ କଣ୍ଠଶୀଳ୍ପି ଏଥିରେ କଣ୍ଠଦାନ କରିଛନ୍ତି । ଏହି ୩୦ଜଣ ମଧ୍ୟରୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର କରଣସାହି ନିବାସୀ କଣ୍ଠଶିଳ୍ପୀ ଜ୍ୟୋତି ପଟ୍ଟନାୟକଙ୍କ କନ୍ୟା ଦୀପଶିଖା ପଟ୍ଟନାୟକ ସୁଯୋଗ ପାଇ ସୁମଧୁର କଣ୍ଠ ଦାନ କରିଥିବାର ଜଣାପଡିଛି ।ଏହି “ମୋ ଓଡିଶା” ଗୀତଟିକୁ ସୂର୍ଯ୍ୟ ମହାପାତ୍ରଙ୍କ ସଂଗୀତ ରଚନା କରିଥିବା ବେଳେ ଓଲିଉଡ୍ର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଗୁଡ୍ଲି ରଥ ଭୁବନେଶ୍ୱର ସ୍ଥିତ ସୋମେଶ ଷ୍ଟୁଡିଓରେ ଏହା ଡବିଙ୍ଗ ହୋଇଥିବାର ଜଣାପଡିଛି । ଦୀପଶିଖା ବର୍ତ୍ତମାନ ହିନ୍ଦୁସ୍ଥାନୀ ସଂଗୀତ ଶିକ୍ଷାରେ ଶେଷ ବର୍ଷର ଛାତ୍ରୀ । ସଂଗୀତ ସାଧନା ତାଙ୍କର ନିଶା ଓ ପେଷା । ଜିଲ୍ଲା ତଥା ଜିଲ୍ଲା ବାହାରେ ଓ ଓଡିଶା ରାଜ୍ୟ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ମଧ୍ୟ ଅନେକ ମଞ୍ଚରେ ସେ ନିଜର ପାରିଦର୍ଶିତା ପ୍ରଦାନ କରି ଆସୁଛନ୍ତି ।