ମୌଳିକ ସୁବିଧାଠାରୁ ବହୁତ ଦୁରରେ ଓଡିଶା- ଧର୍ମେନ୍ଦ୍ର ପ୍ରଧାନ  

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲକ୍ଷ୍ମୀପୁର ଗସ୍ତରେ ଆସି ଭାରତୀୟ ଜନତା ପାର୍ଟିର ବିଜୟ ସଙ୍କଳ୍ପ ସଭାରେ ଉଦବୋଧନ ଦେଇଛନ୍ତି। ବ୍ଲକ୍ ପଡିଆରେ ଜିଲା ସଭାପତି ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବିଜୁ ଜନତା ଦଳ ୧୯ ବର୍ଷ ଶାସନ କରିବା ପରେ ମଧ୍ୟ ଓଡିଶା ଲୋକଙ୍କ ମୌଳିସ ସମସ୍ୟା ଦୂର ହୋଇ ପାରିନି। ଆଜି ସ୍କୁଲରେ ଶିକ୍ଷକ ଓ ହସ୍ପିଟାଲରେ ଡାକ୍ତର ନାହାନ୍ତି, ଲୋକଙ୍କୁ ପିଇବା ପାଣି ମିଳୁନି, ଅଥଚ ନବୀନ ପଟ୍ଟନାୟକ ନିଜକୁ ବିକାଶର ପ୍ରତୀକ ବୋଲି ବାହାସ୍ପଟ ମାରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ସମାଲୋଚନା କରିବା ସହ ଦେଶରେ କେବଳ ଭାରତୀୟ ଜନତା ପାର୍ଟି ସରକାରହିଁ ବିକାଶ କରି ପାରିଛି ବୋଲି ବକ୍ତବ୍ୟ ରଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଗତ ୫ବର୍ଷରେ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ବକ୍ତବ୍ୟ ରଖିବା ସହ କୋରାପୁଟ ଜିଲା ଖଣିଜ ସମ୍ପଦ, ପ୍ରାକୃତିକ ସମ୍ପଦରେ ଭରପୁର ହୋଇଥିବାବେଳେ ରାଜନେତା ମାନଙ୍କ ଆନ୍ତରିକତାର ଅଭାବ ହେତୁ କୋରାପୁଟ ଜିଲାର ବିକାଶ ଆଶାତୀତ ଭାବେ ହୋଇ ପାରିନି, ଓଡିଶାର ଓ କୋରାପୁଟ ଜିଲାର ବିକାଶ କରିବାକୁ ହେଲେ ଡବଲ ଇଂଜିନ ଦରକାର ବୋଲି କହିଥିଲେ। ତେଣୁ ଆସନ୍ତା ନିର୍ବାଚନରେ ଭାଜପା ନେତା ଜୟରାମ ପାଙ୍ଗିଙ୍କୁ କୋରାପୁଟ ଲୋକସଭା ଆସନରୁ ଓ ଯୁବନେତା କୁମୂଦ ସାଉଁନ୍ତାଙ୍କୁ ଲକ୍ଷ୍ମୀପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚିତ କରାଇ ଜିଲାର ବିକାଶ ଧାରାକୁ ତ୍ୱରାନ୍ୱୀତ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। କାର‌୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ଲୋକସଭା ନିମନ୍ତେ ସାଂସଦ ପ୍ରାର୍ଥୀ ଜୟରାମ ପାଙ୍ଗି, ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ କୁମୁଦ ସାଉଁନ୍ତା, ସୁମନ୍ତ ପ୍ରଧାନ, ଅଶ୍ୱିନୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ କଂଗ୍ରେସ ଓ ବିଜେଡିକୁ ସମାଲୋଚନା କରି ଓଡିଶାର ଏପରି ଦୁର୍ଦିନ ପାଇଁ ଉଭୟ ଦଳକୁ ଦୋଷାରୋପ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ