ମୟୂରଭଂଜ ଜିଲ୍ଲାରେ ଦୁଇ ବିଜେଡି ସଭାପତି

ସ୍ଲଗ–(ଯୁଗାବ୍ଦ ନ୍ୟୁଜ)ମୟୂରଭଂଜ ଜିଲ୍ଲାରେ ଦୁଇ ବିଜେଡି ସଭାପତିରାଇରଙ୍ଗପୁର-ଓଡିଶାର ସର୍ବବୃହତ୍ତମ ମୟୂରଭଞ୍ଜ ଜିଲ୍ଲାର ବିଚିତ୍ର ଭୌଗୋଳିକ ଅବସ୍ଥିତି । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାକୁ ଘେରି ରଖିଛି ନଦୀ,ନାଳ, ଜଙ୍ଗଲ । ଶିମିଳିପାଳ ଅଭୟାରଣ୍ୟ ଏହାକୁ ତ୍ରିକୋଣରୁ ଘେରି ରଖିଛି । ମୟୂରଭଞ୍ଜ ଜିଲ୍ଲା ବାରିପଦା, କପ୍ତିପଦା,ବାମନଘାଟି, ଏବଂ ପଞ୍ଚପୀଢ ଉପଖଣ୍ଡର ୨୬ଟି ବ୍ଲକ , ବାରିପଦା ମୁନସିପାଲଟି , ରାଇରଙ୍ଗପୁର ମୁନସିପାଲଟି, ଉଦଳା ଏନଏସି ଏବଂ କରଂଜିଆ ଏନଏସିକୁ ନେଇ ଗଠିତ । ଏହି ଜିଲ୍ଲାର ୯ଟି ନିର୍ବାଚନ ମଣ୍ଡଳୀ ତନ୍ମଧ୍ୟରୁ ମୋରଡା-ସାଧାରଣ ବର୍ଗ, ବଡ଼ସାହି-ଏସି ବର୍ଗ ଏବଂ ବାରିପଦା,ଉଦଳା, ବାଙ୍ଗିରିପୋଷି,ସାରସକଣା, ରାଇରଙ୍ଗପୁର, ଯଶିପୁର, କରଂଜିଆ ଏସଟି ବର୍ଗ ତଦସହ ମୟୂରଭଞ୍ଜ ସାଂସଦ ଏସପି ବର୍ଗ ଅଟେ ।ବଡ଼ ଜିଲ୍ଲା ହେତୁ ବିଜେପି ମୟୁରଭଞ୍ଜ ଜିଲ୍ଲାକୁ ଦୁଇଟି ସାଂଗଠନିକ ଜିଲ୍ଲା ତଥା ପୂର୍ବ ମୟୂରଭଞ୍ଜ (ବାରିପଦା,ଉଦଳା, ବଡ଼ସାହି ଏବଂ ସୋରଡ଼ା) ଏବଂ ପଶ୍ଚିମ ମୟୂରଭଞ୍ଜ (ସାରସକଣା, ରାଇରଙ୍ଗପୁର, ଯଶିପୁର ଏବଂ କରଂଜିଆ)ଗଠନ କରି ୨୦୧୯ ନିର୍ବାଚନ ରଣାଙ୍ଗନରେ ବୈତରଣୀ ପାର ହୋଇଗଲା ।ବଡ଼ ଜିଲ୍ଲା ହେତୁ ଜିଲ୍ଲା ସଭାପତି ବଡ଼ ଜିଲ୍ଲାର ସାଂଗଠନିକ ଦାୟିତ୍ଵକୁ ସମ୍ଭାଳି ପାରିଲେ ନାହିଁ । ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାର ନେତୃତ୍ବକୁ ପୂର୍ବ ମୟୂରଭଞ୍ଜ ଜିଲ୍ଲାର ନେତୃବୃନ୍ଦ ଅଣଦେଖା ଓ କୋଣଠେସା କରି ରଖିଲେ ।ବାହାର ଜିଲ୍ଲାର ନେତୃତ୍ୱରେ ଚାଲିଲା ପଶ୍ଚିମ ମୟୂରଭଞ୍ଜ ବିଜେଡି । ଯାହାଫଳରେ ସେମାନଙ୍କ ମନମାନି ପାଇଁ ବିଜେଡି କର୍ମୀମାନେ ଅସନ୍ତୁଷ୍ଟ ହୋଇ ମୁହଁ ମୋଡ଼ି ଦେଲେ ।ପୁରୁଣା ମୂଳ ବିଜେଡି ଉପରେ ହାକିମାତି , ଅସମ୍ମାନ,ଅଣଦେଖା,କୋଣଠେସା କଲେ । ଯାହାଫଳରେ ମୟୂରଭଞ୍ଜ ଜିଲ୍ଲାରୁ ଦୁଇଟି ନିର୍ବାଚନ ମଣ୍ଡଳୀ ଛାଡିଦେଲେ ସବୁ ନିର୍ବାଚନ ମଣ୍ଡଳୀରୁ ବିଜେଡି ଧୂଳି ଚାଟିଲା ।୨୦୧୪ର ବିଧାୟକ ମାନେ ପୁରୁଣା ବିଜେଡିକୁ ଧୂଳି ଠାରୁ ହୀନ ଓ ଦେହର ମରିବାରୁ ହୀନ କଲେ ।
ହଜିଗଲେ ବୁଦ୍ଧି ଶିଖେ । ମୟୂରଭଞ୍ଜ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୪ ରୁ ୨୦୧୯ ପର‌୍ୟ୍ୟନ୍ତ ପୋଷ୍ୟ ଜିଲ୍ଲା ଭଳି ରଖିଥିଲେ ।ଜିଲ୍ଲାରୁ ଜିଲ୍ଲାରୁ ମହିଳାଙ୍କୁ ରାଜ୍ୟସଭା,ଉପ ବାଚସ୍ପତି, ପୂର୍ବରୁ ମନ୍ତ୍ରୀ ପଦ ଦେବାସହ ,ସରକାରୀ ମେଡିକାଲ କଲେଜ, ଏବଂ ବିଭିନ୍ନ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଅର୍ଥରାଶି ମଂଜୁର କରିଥିଲେ ।ହେଲେ ଦଳର ନେତୃବୃନ୍ଦ ଅର୍ଥ ପିପାସୁ,ଗର୍ବ, ଅହଂକାର,ରାଜକୀୟ ଚାଲି,ଠାଣି, କର୍ମୀଙ୍କୁ ଆଡ ନଜର ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କର ମୋ ସ୍ୱପ୍ନର ମୟୂରଭଂଜ ଚତୁରତାର ହୋଇଗଲା ବିଜେଡି ସଂଗଠନ ଅକାଳରେ ଭୂଷୁଡି ପଡ଼ିଲା ସବୁ ପରିସ୍ଥିତିକୁ ଆକଳନ କରି ମୟୂରଭଂଜ ବିଜେଡିର ଦୁର୍ବାର ସଂଗଠନକୁ ପୁନଃ ଫେରାଇ ଆଣିବା ପାଇଁ ବିଜେଡି ଅଣ୍ଟା ଭିଡିଛି ।ମାନ୍ୟବର ମୁଖ୍ୟମନ୍ତ୍ରୀ ଯୁବ ଓ ଦକ୍ଷ ବିଜେଡି ସଂଗଠକ ଯାଜପୁର ବିଧାୟକ ତଥା ଓଡ଼ିଶାର ସବୁଠାରୁ ଲୋକପ୍ରିୟ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି ଙ୍କୁ)କାନ୍ଧରେ ବଂଧୁକ ରଖିଛନ୍ତି ।ବବି ବାବୁ ଦିର୍ଘ କିଛି ମାସ ହେଲା ବିଭିନ୍ନ କାର‌୍ୟ୍ୟକ୍ରମ କରି ସଂଗଠନକୁ କ୍ରିୟାଶୀଳ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ବାସ୍ତବ ଭୌଗୋଳିକ ଓ ରାଜନୈତିକ ପରିସ୍ଥିତିକୁ ପାଖରୁ ଦେଖି କର୍ମୀ ମାନଙ୍କ ପାଖରୁ ମତାମତ ନେଇ ଜିଲ୍ଲାର ବିଜେଡି ସଂଗଠନକୁ ସୁଦୃଢ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।ପରେ ଏହା କାର‌୍ୟ୍ୟକାରୀ ହେଲା । ମୟୂରଭଞ୍ଜ ସଦର ସାଂଗଠନିକ ଜିଲ୍ଲା (ବାରିପଦା,ଉଦଳା, ବଡ଼ସାହି ଏବଂ ପାଇଁ ବାଙ୍ଗିଗିରିପୋଷୀ ବିଧାୟକ ତଥା ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ମୟୂରଭଞ୍ଜ ଜିଲ୍ଲା ସଦର ସଭାପତି ଭାବରେ ମନୋନୀତ କରିଛନ୍ତି । ସେହିଭଳି ମୟୁରଭଞ୍ଜକୁ ତଥା ପଶ୍ଚିମ ମୟୂରଭଜକୁ ଜିଲ୍ଲାର ଜଣେ ଦକ୍ଷ ଯୁବକ କାଶୀନାଥ ହେମ୍ବ୍ରମଙ୍କୁ ଜିଲ୍ଲା ସଭାପତି ଭାବେ ମନୋନୀତ କରିଛନ୍ତି ।ଦୁଇ ସଭାପତିଙ୍କୁ ମନୋନୀତ କରିଛନ୍ତି ।ଏହି ଦୁଇ ଦକ୍ଷ ବିଜେଡି ସଭାପତିଙ୍କୁ ମୟୂରଭଞ୍ଜ ଜିଲ୍ଲାର ବିଜେଡି କର୍ମୀମାନେ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ