ମୟୂରଭଞ୍ଜରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ର ଅପହଞ୍ଚ ଇଲାକାରେ ପହଞ୍ଚି ଲୋକଙ୍କ ସହିତ ଭେଟିଲେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ସେ ବିଜେପି ପକ୍ଷରୁ ଆଦିମ ଜନଜାତି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ରେ ସାମିଲ ହୋଇଛନ୍ତି। ତେବେ ଉପାନ୍ତ ଅଞ୍ଚଳ ଗୁଡିକରେ ବିଜେପି ନିଜ ଶକ୍ତି ବୃଦ୍ଧି କରିବା ପାଇଁ ଉଦ୍ୟମ ଜାରି ରଖିଛି। ପୂର୍ବରୁ ସହର ଗୁଡିକରେ ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଜାରି ରଖିଥିଲା ବେଳେ ଏବେ ଅପହଞ୍ଚ ତଥା ଉପାନ୍ତ ଅଞ୍ଚଳ ଗୁଡିକ ଉପରେ ନଜର ରଖିଛି । ଏହି ପରିପ୍ରେକ୍ଷୀରେ ଆଜି ବିଜେପି ର ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଶିମିଳିପାଳ ଅଭୟାରଣ୍ୟ ର କୋର ଏରିଆରେ ଥିବା ଗୁଡୁଗୁଡିଆ ଅଞ୍ଚଳର ଖଡିଆ ସାହି କୁ ଆସିଛନ୍ତି। ସେଠାରେ ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଲୋକଙ୍କ ସହିତ ମିଶିଛନ୍ତି। ଏ ଅବସରରେ ବିଜେପି ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ ଙ୍କ ସଭାପତିତ୍ବ ଓ ଜିଲ୍ଲା ଉପସଭାପତି ବିପିନ ବିହାରୀ ମହାନ୍ତ ଓ ଶିମିଳିପାଳ ବିକାଶ ପରିଷଦ ର ଅଧକ୍ଷ ମହାନ୍ତି ବିରୁଆଙ୍କ ପରିଚାଳନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ,କେନ୍ଦୁଝର ସାଂସଦ ଅନନ୍ତ ନାୟକ,ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ
ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ରରୁଆଁ ବ୍ଲକ ଅଧକ୍ଷ୍ୟ ଅଜିତ ତିରିଆ ଙ୍କ ସମେତ ବହୁ ନିର୍ବାଚିତ ସମିତିସଭ୍ୟ ଓ ଶୁକୃଳି ବ୍ଲକର ଦଶ ଟି ପଞ୍ଚାୟତ ର ୮ ଜଣ ସରପଞ୍ଚ ବିଜେପି ରେ ଯୋଗ ଦେଇଥିଲେ ଏହି ଅବସରରେ ଶହ ଶହ ଖଡିଆ, ମାଙ୍କିଡିଆ ଜନଜାତି ର ଲୋକେ ବିଜେପି ର ସଦସ୍ୟତା ଗ୍ରହଣ କରିଥିଲେ।