ଯନ୍ତ୍ରୀଙ୍କ ଅନୁପସ୍ଥିତରେ ଛୁଟି ଦିନରେ ଚାଲୁଛି ରାସ୍ତା କାର୍ଯ୍ୟ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଓଷକଣା ପଂଚାୟତରେ ଏକ ରାସ୍ତା କାର୍ଯ୍ୟକୁ ନେଇ ପୃଥକ ଭାବେ ଅଭିଯୋଗ ହୋଇଛି । ପଂଚାୟତ କାର୍ଯ୍ୟ ନିବାହୀ ଅଧିକାରୀ ନାଉଗାଁ ଥାନାରେ ଅଭିଯୋଗ କରିଥିବା ବେଳେ ପଂଚାୟତ ସମିତି ସଭ୍ୟା ଗାରୋଇ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି।ସୂଚନା ମୁତାବକ ଉକ୍ତ ପଂଚାୟତର ଓଷକଣା ଗ୍ରାମରେ ମା’କୁତାମଚଣ୍ଡୀ ଦାଣ୍ଡ ଠାରୁ କୁଳମଣୀ ପାତ୍ର ଘର ପର୍ଯ୍ୟନ୍ତ ଜିଜିୱାଇ ପ୍ରୋଜେକ୍ଟରେ ରାସ୍ତା ନିର୍ମାଣ ପାଇଁ ପ୍ରକଳ୍ପ ମଂଜୁର କରାଯାଇଛି । ଉକ୍ତ ପ୍ରକଳ୍ପର ଅଟକଳ ମୁଲ୍ୟ ୨ ଲକ୍ଷ ୫ ହଜାର ଟଙ୍କା ରହିଛି।ଉକ୍ତ କାର୍ଯ୍ୟର କାର୍ଯ୍ୟାଦେଶ ପଂଚାୟତ କାର୍ଯ୍ୟ ନିବାହୀ ଅଧିକାରୀ ଦିପକ ଦେସୁରୀଙ୍କ ନାମରେ ରହିଛି । ଯାହାକି ଶନିବାରରେ କାର୍ଯ୍ୟ ଆରମ୍ଭ ହୋଇଥିଲା।ହେଲେ ଉକ୍ତ କାର୍ଯ୍ୟକୁ ଦ୍ୱାରିକା ଭୋଇ, ରବିନ୍ଦ୍ର ଭୋଇ, ବିଷ୍ଣୁ ଭୋଇ ପ୍ରମୁଖ ବିରୋଧ କରିବା ସହିତ ଦିପକ ଦେସୁରୀଙ୍କ ଗାଡିରେ ଟଙ୍ଗା ଯାଇଥିବା ଅଫିସିଆଲି ବ୍ୟାଗଟିକୁ ଛଡାଇ ନେଇଯାଇଥିବା ଅଭିଯୋଗରେ ଦିପକ ଦର୍ଶାଇଛନ୍ତି। ଅପରପକ୍ଷରେ ପଂଚାୟତ ସମିତି ସଭ୍ୟା ଜୟନ୍ତୀ ଭୋଇଙ୍କ ଅଭିଯୋଗ ମୁତାବକ ଆଜି ଉକ୍ତ କାର୍ଯ୍ୟ ଚାଲୁଥିବା ସମୟରେ କାର୍ଯ୍ୟସ୍ଥଳରେ କୌଣସି ଯନ୍ତ୍ରୀ ଉପସ୍ଥିତ ନଥିଲେ।ଯାହାର ଫାଇଦା ନେଇ କାର୍ଯ୍ୟ କରୁଥିବା ଲୋକ ନିମ୍ନମାନର କାମ କରୁଥିଲେ ଯାହାକୁ ସ୍ଥାନୀୟ ଲୋକ ପ୍ରତିବାଦ କରିବାରୁ କାମ କରୁଥିବା ଲୋକ ଜାତିଆଣ ଆକ୍ଷେପ କରି କହିବା ସହିତ ସିମେଂଟ କଡେଇକୁ ତାଙ୍କ ସ୍ୱାମୀଙ୍କ ଉପରେ ଢାଳି ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି । ନାଉଗାଁ ଥାନା ଆଇଆଇସି ଭରତ ବେହେରାଙ୍କୁ ପଚାରିବାରୁ କାର୍ଯ୍ୟକୁ ନେଇ ଉଭୟଙ୍କ ପକ୍ଷରୁ ଅଭିଯୋଗ ପାଇବା ପରେ ତଦନ୍ତ ଚାଲିୁଥିବା ପ୍ରକାଶ କରିଛନ୍ତି । ଅନ୍ୟପଟରେ ଆଜି ମାସର ଦ୍ୱିତୀୟ ଶନିବାର ହୋଇଥିବାରୁ ସରକାରୀ ଛୁଟି ହୋଇଛି । କିନ୍ତୁୁ କେଉଁ ଉଦ୍ଦେଶ୍ୟରେ ସରକାରୀ ଛୁଟି ଥାଇ ମଧ୍ୟ ସଂପୃକ୍ତ କାର୍ଯ୍ୟ ନିବାହି ଅଧିକାରୀ କାର୍ଯ୍ୟସ୍ଥଳରେ ଯନ୍ତ୍ରୀଙ୍କ ଅନୁପସ୍ଥିତରେ କଂକ୍ରିଟ କାର୍ଯ୍ୟ କରୁଥିଲେ ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ