ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଚାଲିଛି ରାସ୍ତା କାମ , ନିମ୍ନମାନର କାମକୁ ବିରୋଦ୍ଧ କଲେ ସ୍ଥାନୀୟ ଯୁବକ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) :ସରକାରୀ ସମ୍ପତିକୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ପାଚେରୀ ନିର୍ମାଣ କରାଯାଉଛି । କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଉକ୍ତ କାର୍ଯ୍ୟ ନିମ୍ନମାନର କରାଯାଉଛି । ଅଧିକାରୀମାନେ କେବଳ କାର୍ଯ୍ୟ କରାଯିବା ସ୍ଥାନ ଠିକଦାରଙ୍କ ଦେଖାଇ କାର୍ଯ୍ୟସ୍ଥଳକୁ ଆସୁନାହାନ୍ତି । ଫଳରେ ଠିକଦାରମାନେ ମନମୁଖୀ କାର୍ଯ୍ୟ କରିବା ସହିତ ନିଜ ଇଛା ଅନୁସାରେ ସାମଗ୍ରୀ ବ୍ୟବହାର କରୁଛନ୍ତି । ଯାହାକୁ ନେଇ ନାଉଗାଁ ବ୍ଲକ କୋରୁଅ ପଂଚାୟତ ଯୁବକ ନିର୍ମାଣ କରାଯାଉଥିବା କାର୍ଯ୍ୟକୁ ବିରୋଧ କରି ବନ୍ଦ ରଖିଥିଲେ । ଏହି ପଂଚାୟତରେ ନିର୍ମାଣ କରାଯାଉଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ପାଚେରୀ ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀ ଅନୁପସ୍ଥିତ ସହିତ ନିମ୍ନମାନର କାମକୁ ବିରୋଧ କରାଯାଇଥିଲା । ପରେ ଠିକାଦାରଙ୍କ ସହ କାର୍ଯ୍ୟ ଠିକ କରିବା ପାଇଁ ଆଲୋଚନା ହେବା ପରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାଯାଇଛି ।ସୂଚନା ଅନୁସାରେ ଉକ୍ତ ବ୍ଳକର କୋରୁଅ ପଂଚାୟତରେ ନିର୍ମାଣ କରାଯାଇଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ପାଚେରୀ ନିର୍ମାଣ କାର୍ଯ୍ୟ କରାଯାଉଛି । ଉକ୍ତ କାର୍ଯ୍ୟ କରୁଥିବା ଠିକଦାର ସରକାରୀ ନିୟମ ଅନୁସାରେ ନକରି ନିଜ ଇଛାରେ କାର୍ଯ୍ୟ କରୁଛନ୍ତି । ନିୟମ ଅନୁସାରେ କାର୍ଯ୍ୟ କରିବା ପୂର୍ବରୁ କାର୍ଯ୍ୟର ସର୍ବିଶେଷ ବିବରଣୀ ଏକ ସୂଚନା ଫଳକରେ ସର୍ବସାଧରଣ ଅବଗତି ନମନ୍ତେ ଦର୍ଶାଯିବ । ଏପରିକି ପାଚେରୀ ନିର୍ମାଣରେ ପୋଡା ଇଟା ବ୍ୟବହାର କରା ନଯାଇ ଆସ ଇଟା ବ୍ୟବହାର କରାଯିବ । କିନ୍ତୁ ସଂପୃକ୍ତ ଠିକାଦାର ବିନା ସୂଚନା ଫଳକରେ କାର୍ଯ୍ୟ କରିବା ସହିତ ନିର୍ମାଣ କାର୍ଯ୍ୟରେ ପୋଡା ଇଟା ବ୍ୟବହାର କରାଯାଉଛି । ସେହିପରି ଉକ୍ତ କାର୍ଯ୍ୟରେ ସରକାରୀ ସିକୃତି ପ୍ରାପ୍ତ ସିମେଂଟ ବ୍ୟବହାର କରା ନଯାଇ ନିମ୍ନମାନର ସିମେଂଟ ବ୍ୟବହାର କରାଯାଉଥିଲା । ଏପରିକି ପାଚେରୀ ନିର୍ମାଣ କାର୍ଯ୍ୟ କେତେ ଗଭୀରତାରୁ ଆରମ୍ଭ ହେବ ଓ ଏହା କେତେ ଉଚ୍ଚତା ରହିବ ବୋଲି ସ୍ଥାନୀୟ ଯୁବକମାନେ ଠିକାଦାରଙ୍କୁ ପଚାରି କାର୍ଯ୍ୟକୁ ବନ୍ଦ କରିବା ସହିତ ଯନ୍ତ୍ରୀ ଅନୁପସ୍ଥିତକୁ ନେଇ ଅନ୍ତୋଷ ପ୍ରକାଶ କରିଥିଲେ । ସଂପୃକ୍ତ ଠିକାଦାର ସ୍ଥାନୀୟ ସରଂପଚର ଭାଇଙ୍କ ସହାୟତାରେ ଆଲୋଚନା କରି କାର୍ଯ୍ୟ ଆରମ୍ଭ କରିଥିବା ଜଣାଯାଇଛି । ଏ ସଂର୍ପକରେ ନାଉଗାଁ ଆରଡବ୍ଲୁଏସଏସର କନିଷ୍ଠ ଯନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ପଚାରିବାରୁ ପୋଡା ଇଟା ଲଗାଯିବାର ନିୟମ ରହିଛି,ସୂଚନା ଫଳକ ଲଗାଯିବା କଥା କ’ଣ ପାଇଁ ଲଗାଇ ଯାଇନାହିଁ ପଚାରିବାରେ ଠିକାଦାର ଙ୍କ ସହ କଥା ହୋଇ କହିବି ବୋଲି କହିଥିଲେ ।