ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଞ୍ଚବଳି ପଡୁଛନ୍ତି ସାଧାରଣ ଜନତା
ନାଉଗାଁ :ଜନସାଧାରଣଙ୍କ ଗମନାଗମନର ସୁବିଧା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ରାସ୍ତା ନିର୍ମାଣ କରାଯାଉଛି । ରାସ୍ତାର ରକ୍ଷାଣବେକ୍ଷଣ ପାଇଁ ମଧ୍ୟ ଅର୍ଥ ମଂଜୁର କରାଯାଉଛି । ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଠିକାଦାର ପକ୍ଷରୁ ଏଷ୍ଟିମେଟ ଅନୁଯାଇ ମେଟାଲ ପକା ନଯାଇ ବହୁତ ବଡ ମେଟାଲ ପକାଯାଉଛି । ଯାହାକି ରୋଲିଙ୍ଗ ପରେ ବି ଉପରକୁ ବାହାରି ରହୁଛି । ଫଳରେ ରାସ୍ତାରେ ଯାତାୟତ କରୁଥିବା ଜନସାଧାରଣମାନେ ଦୁର୍ଘଟଣା ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ମୁଣ୍ଡାଳୋ ଠାରୁ ଜାମୁଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଛି । ଏହି ରାସ୍ତା ଜଗତସିଂହପୁର ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧିନ ରହିଛି । ଏହି ରାସ୍ତାଟି ଦିର୍ଘ ଦିନ ହେବ ମରାମତି ଅଭାବରୁ ଖାଲଖମାରେ ପରିଣତ ହୋଇଥିଲା । ଏହି ରାସ୍ତା ଉପରେ ଦୈନିକ ୫ହଜାରୁ ଲୋକ ନିର୍ଭରଶୀଳ ଥିବାରୁ ସେମାନେ ଯାତାୟତ ସମୟରେ ଖାଲଖମାରେ ପଡି ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ । ଯାହାକୁ ନେଇ ସ୍ଥାନୀୟ ଜନସାଧାରଣ ରାସ୍ତା ମରାମତି ପାଇଁ ବିଭିନ୍ନ ସମୟରେ ଦାବି କରିଆସୁଥିଲେ । ବିଭାଗ ପକ୍ଷରୁ ଠିକାଦାର ଚୟନ କରାଯାଇ ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା କାର୍ଯ୍ୟ ଏଷ୍ଟିମେଟ ଅନୁଯାଇ କରା ନଯାଇ ଠିକାଦାରଙ୍କ ମନଇଛା ବଡ ସାଇଜି ମେଟାଲ ଓ ନିମ୍ନମାନର ମରମ ଆଦି ବିଛାଯାଉଛି । ଏପରିକି ମେଟାଲ ଓ ମରମକୁ ରୋଲିଙ୍ଗ କରାଯାଇଥିଲେ ବି ମେଟାଲ ଗୁଡିକ ବାହାରେ ବିଛାଇ ହୋଇ ପଡିରହିଛି । ରାସ୍ତାରେ ଯାତାୟତ କରୁଥିବା ଜନସାଧାରଣମାନଙ୍କର ବାଇକି ଚକା ମେଟାଲ ଉପରେ ପଡିବାରୁ ସେମାନେ ଭାରାସ୍ୟାମ ହରାଇ ଦୁର୍ଘଟଣାଗସ୍ତ ହେଉଛନ୍ତି । ଯାହାକି ଆଜି ଜୈନିକ ବ୍ୟକ୍ତି ଉକ୍ତ ରାସ୍ତାରେ ଯାଉଥିବା ସମୟରେ ମେଟାଲ ଉପରେ ଗାଡି ଚକା ପଡି ଯିବାରୁ ସେ ଭାରାସ୍ୟାମ ହରାଇ ତଳେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ପଡିଥିବା ତାଙ୍କୁ ସ୍ଥାନୀୟ ଲୋକ ଦେଖି ଆମ୍ବୁଲାନ୍ସ ସାହାର୍ଯ୍ୟରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାକେନ୍ଦ୍ରକୁ ପଠାଇ ଥିବା ଜଣାଯାଇଛି । ରାସ୍ତାକୁ ଏଷ୍ଟିମେଟ ଅନୁସାରେ କାର୍ଯ୍ୟ କରିବା ସହିତ ତୁରନ୍ତ ରାସ୍ତା କାର୍ଯ୍ୟ ସାରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି । ଏ ସଂର୍ପକରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବିନୋଦ ତରାଇଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ ।