ଯଶୋଦା ଫାଉଣ୍ଡେସନ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ ପଂଚାୟତରେ ଗରିବ, ଅସହାୟ ଓ ବୟସ୍କ ମହିଳା ମାନଙ୍କୁ ଶୀତ ଦାଉରୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି । ଭିକାରିପଲ୍ଲୀ ପଂଚାୟତର ନୂଆପଲ୍ଲୀ, ଜଗତପଲ୍ଲୀ, ବଡଳଗାଁ ପଂଚାୟତର ରୁକୁଣୀ ଗାଁରେ ବିଭିନ୍ନ ବର୍ଗର ମହିଳା ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ଟ୍ରଷ୍ଟି ସାଗରିକା ପଣ୍ଡା ପରିଚାଳନା କରିଥିବା ବେଳେ ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳି ସାହୁ ପରିଚାଳନାରେ ସହ ଯୋଗ କରିଥିଲେ । ଫାଉଣ୍ଡେସନ ର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ଭୁୟସୀ ପ୍ରଶଂସା କରାଯାଇଛି ।