ଯାଂଚ ହେଉନି ରାସ୍ତାକଡ଼ ଖାଦ୍ୟର ମାନପରିବେଶ ପ୍ରଦୂଷଣ ସହ ରୋଗ ବଢାଉଛି ଅସ୍ୱାସ୍ଥ୍ୟକର ଖାଦ୍ୟ
ହିଂଜିଳିକାଟ (ଶେଷଦେବ ସାହୁ) : ଗଂଜମା ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଂଜିଳିକାଟୁ ପୌରାଂଚଳ ସମେତ ବିଭିନ୍ନ ସ୍ଥାନରେ ଫାଷ୍ଟଫୁଡ଼ର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି ।ବିନା ଫୁଡ଼ ଲାଇସେନ୍ସ କିମ୍ବା ଟ୍ରେଡ଼ ଲାଇସେନ୍ସରେ ରାସ୍ତା କଡ଼ରେ ଅନେକ ଠେଲା ଗାଡ଼ି ସାହାର୍ଯ୍ୟରେ ଜଳଖିଆ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଆସୁଛି । ଅନେକ ସମୟରେ ରାସ୍ତା କଡ଼ରୁ ଖାଦ୍ୟ ଖାଇ ବହୁ ଜନସାଧାରଣ ପେଟ ରୋଗ ସମେତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି । କେନ୍ଦ୍ର ସରକାରଙ୍କ ସ୍ୱଛ ଭାରତ ଏବଂ ସ୍ୱଛ ଭାରତ ଯୋଜନାକ୍ୁ ଏମାନେ ଉପହାସ କରୁଥିବା ନେଇ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ଅସ୍ୱାସ୍ଥ୍ୟକର ପରିବେଷରେ ଦୋକାନ ଖୋଲିବା ସହ ନିଜେ ମଧ୍ୟ ପରିବେଶକୁ ଖରାପ କରୁଛନ୍ତି । ସେହିପରି ଖଇବା ପ୍ଳେଟ ଗୁଡ଼ିକ ଅପରିଷ୍କାର ପାଣି କୁଣ୍ଡରେ ପକାଯାଉଥିବା ଏବଂ ସେହି କୁଣ୍ଡରୁ ପ୍ଳେଟ ଗୁଡ଼ିକୁ କାଢି ଖାଇବାକୁ ଦେଉଥିବାରୁ ଜନସାସାଧାରଣ ବିଭିନ୍ନ ପେଟ ରୋଗ ସମେତ କାମଳ ଭଳି ବିଭିନ୍ନ ମାରାତ୍ମକ ରୋଗରେ ପଡ଼ୁଥିବା ଦେଖିବାକୁ ମିଳୁଛି । ଦହିବରା, ଆଳୁଦମ, ମୋଟର, ଗୁପଚୁପ, ଭୋଲପୁରୀ, ଚାଟ, ଦୋସା, ପକୁଡ଼ି ସମେତ ବିଭିନ୍ନ ରକମର ଫାଷ୍ଟଫୁଡ଼ ଖାଦ୍ୟକୁ ଘୋଡ଼ାଇ ନରଖାଯାଉଥିବା ଯୋଗୁଁ ରାସ୍ତାରେ ଉଡ଼ୁଥିବା ଧୂଳି ଖାଦ୍ର ପଦାର୍ଥ ଏବଂ ମାଛି ବସା ଖାଦ୍ୟ ଯୋଗୁଁ ନାନ ରୋଗର କାରଣ ସାଜୁଛି । ଏପରିକି କେତେକ ଦୋକାନୀ ଗ୍ରାହକଙ୍କ ଆଗୋଚରରେ ହାଲୁକା ନିଶାଦ୍ରବ୍ୟ ମିଶାଉଥିବା ନେଇ ଅଭିଯୋଗ ଉଠିଛି । ତେବେ ଖାଦ୍ୟ ପଦାର୍ଥ ଗୁଡ଼ିକୁ ଯାଂଚ କରିବା ପାଇଁ ø୍ଥାନୀୟ ପୌରାଂଚଳର ଖାଦ୍ୟ ନିରୀକ୍ଷକ ଓ ସ୍ୱାସ୍ଥ୍ୟ ଅଧିକାରୀ ନଥିବାରୁ ଏମାନଙ୍କ କାରବାର ବହୁଳ ପରିମାଣରେ ବଢିବାରେ ଲାଗିଛି । ଜିଲ୍ଲା ଖାଦ୍ୟ ନିରିକ୍ଷକ ଏବଂ ଅନ୍ୟାନ ଯାଂଚକାରୀ ସଂସ୍ଥା ଖାଦ୍ୟ ପଦାର୍ଥ ସହ ଲାଇସେନ୍ସ ଯାଂଚ କରୁନଥିବାରୁ ଆଗାମୀ ଦିନରେ ଭୟଙ୍କର ଜଣ୍ଡିସ ରୋଗକୁ ଆମନ୍ତ୍ରଣ କରୁଥିବା ଆଲୋଚନା ହେଉଛି । ଏ ସମସ୍ତ ଦୋକାନୀଙ୍କର ଦୂଷିତ ଅପମିଶ୍ରିତ ଓ ବାସି ଖାଦ୍ୟ ଖାଇବା ଦ୍ୱାରା ଜନସାଦାରଣ ହଇଜା ସମେତ ବିଭିନ୍ନ ପେଟ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି । ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ହିଂଜିଳିକାଟୁ ସହରକୁ ପ୍ରତ୍ୟେହ ହଜାର ହଜାର ଜନସାଧାରଣ ସମେତ ଛୋଟବଡ଼ ବ୍ୟବସାୟୀ ମାନେ ବାଣିଜ କାରବାର କରିବାକୁ ଆସିଥାନ୍ତି । ଯାତ୍ରା ଦେଖା କଦଳି ବିକା ନ୍ୟାୟରେ ବାଣିଜ ବ୍ୟବସାୟ କରିବାକୁ ଆସୁଥିବା ବ୍ୟକ୍ତି ମାନେ ଜିଭର ଲାଳସା ଓ ପେଟର କ୍ଷୁଧାକୁ ଶାନ୍ତି କରାଇବା ଲାଗି ରାସ୍ତା କଡ଼ରେ ଖୋଲା ଯାଇଥିବା ଠେଲା ଗାଡ଼ିରୁ ବିଭିନ୍ନ ରକମର ଚଟାପଟ ଖାଦ୍ୟ ଓ ଫାଷ୍ଟଫୁଡ଼କୁ ଆଦରି ନେଇଥାନ୍ତି । ଖାଦ୍ୟ ପ୍ରସ୍ତୁତି ସମୟରେ ବ୍ୟବହାର କରାଯାଉଥିବା ବିଭିନ୍ନ କୃତିମ ରଙ୍ଗ ସାଙ୍ଗକୁ ଚାଇନାସାଲ୍ଟ, ଭିନେଗାର, ସୋୟାସସ୍ ଭଳି ବହୁ ରକମର ରାସାୟନିକ ଦ୍ରବ୍ୟ ଭକ୍ଷଣ କରିବା ପରେ ନାନା ରୋଗରେ ସଂକ୍ରମଣ ହେଉଥିବା ଜଣାପଡ଼ିଛି । ବିଶେଷ କରି ସ୍ଥାନୀୟ ଅଂଚଳର ଯାନିଯାତ୍ରା ସମୟରେ ଏବଂ ସହରରେ ଅନ୍ୟାନ କାର୍ଯ୍ୟକ୍ରମ ଚାଲୁଥିବ ସମୟରେ ଭାମ୍ୟମାଣ ଗାଡ଼ି ଦ୍ୱାରା ଅଚାନକ ଚଢାଉ କରି ଖାଦ୍ୟର ମାନ ଏବଂ ଲାଇସେନ୍ସ ଯାଂଚ କରି ଜୋରିମାନା ସହ ଏଗୁଡ଼ିକ ବନ୍ଦ କରାଯାଇପାରିଲେ ସହରରେ ମାରାତକ୍ମ ରୋଗକୁ ନିୟନ୍ତ୍ରଣ କରାଯାଇପାରନ୍ତା ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।