ଯାଜପୁରର ୯ଟି ବୁଥରେ ସାନି ମତଦାନ
ଯାଜପୁର (ଯୁଗାଦ୍ଦ ନ୍ୟୁଜ),ଯାଜପୁର ଜିଲ୍ଲାର ୪ ଗୋଟି ବିଧାନ ସଭା ନିର୍ବାଚନ ମଣ୍ଡଳୀର ୯ଟି ବୁଥ୍ରେ ସାନି ମତଦାନ ୧୯ ତାରିଖ ରବିବାର ଦିନ ଅନୁଷ୍ଠିତ ହେଊଚ୍ଥି । ସକାଳ ୭ ଘଟିକାରୁ ଅପରାହ୍ନ ୬ ଘଟିକା ପର୍ଯ୍ୟନ୍ତ ଏହି ବୁଥ୍ ଗୁଡିକରେ ମତଦାନ ଅନୁଷ୍ଠିତ ହେବ । ବରୀ ବିଧାନ ସଭାର ୫ ଟି, ବିଂଝାରପୁର ବିଧାନ ସଭାର ୨ ଟି, ଧର୍ମଶାଳା ଓ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଗୋଟିଏ ଲେଖାଏଁ ବୁଥ୍ରେ ଏହି ସାନି ମତଦାନ ଅନୁଷ୍ଠିତ ହେଊଚ୍ଥି । ବିଂଝାରପୁରର ୧୩୫ ନମ୍ୱର ବୁଥ୍ କଲ୍ୟାଣପୁର ପ୍ରାଥମିକ ବିଦ୍ୟାଳୟ, ଓ ୧୯୧ ଥାଲକୁଡି ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲ ବୁଥ୍ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଊଥିବା ବେଳେ ବରୀ ନିର୍ବାଚନ ମଣ୍ଡଳୀର ୮୨ ନମ୍ୱର ସଙ୍ଗଗଦେଇପୁର ପ୍ରାଇମେରୀ ସ୍କୁଲ, ୧୫୮ ସରକାରୀ ନୋଡାଲ ଊଚ୍ଚ ବିଦ୍ୟାଳୟ ରାମଚନ୍ଦ୍ରପୁର, ୧୬୨ ଓ ୧୬୩ ବ୍ରଜ ବନ୍ଧୁ ନୋଡାଲ ଊ.ପ୍ରା: ସ୍କୁଲ ଅଲିପୁର ଏବଂ ୧୯୪ ବାଲିବିଲ ନୋଡାଲ ଊ.ପ୍ରା: ସ୍କୁଲ, ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୧୪୮ ମିର୍ଜାପୁର ପ୍ରାଇମେରୀ ସ୍କୁଲ ଓ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀର ୧୯୬ ଓଲଳ ପ୍ରାଇମେରୀ ସ୍କୁଲ ବୁଥ୍ ମାନଙ୍କରେ ମତଦାନ ଅନୁଷ୍ଠିତ ହେବ । ବିଂଝାରପୁରର ୧୩୫ ନମ୍ୱର ବୁଥ୍ରେ ୧୨୯୬ , ୧୯୧ ନମ୍ୱର ବୁଥ୍ରେ ୯୫୧, ବରୀର ୮୨ ନମ୍ୱ ବୁଥ୍ରେ ୬୦୪, ୧୫୮ ନମ୍ୱର ବୁଥ୍ରେ ୧୧୬୨, ୧୬୨ ନମ୍ୱର ବୁଥ୍ରେ ୧୩୨୯, ୧୬୩ ନମ୍ୱର ବୁଥ୍ରେ ୧୩୩୭, ୧୯୪ ନମ୍ୱର ବୁଥ୍ରେ ୧୧୬୮, ଧର୍ମଶାଳାର ୧୪୮ ନମ୍ୱର ବୁଥ୍ରେ ୧୨୫୬ ଓ ସୁକିନ୍ଦାର ୧୯୬ ନମ୍ୱର ବୁଥ୍ରେ ୮୨୮ ଏହିଭଳି ମୋଟ ୯୯୩୧ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ମାଇକ୍ରୋ ଅବଜରଭର, ଭିଡିଓଗ୍ରାପିଂ ଇତ୍ୟାଦିର ମଧ୍ୟ ବ୍ୟବସ୍ଥା କରାଯାଇଚ୍ଥି ବୋଲି ଜିଲ୍ଲାପାଳ ତଥା ଜିଲ୍ଳ୍ା ନିର୍ବାଚନ ଅଧିକାରୀ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି । ଶନିବାର ଏହି ବୁଥ୍ ମାନଙ୍କୁ ସମସ୍ତ ପୁଲିଂ ପାର୍ଟି ମାନଙ୍କୁ ପ୍ରେରଣ କରାଯାଇଚ୍ଥି । ସେକ୍ଟର ଅପିଂସର, ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଓ ସୁରକ୍ଷା କର୍ମୀ ମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଚ୍ଥି ।