ହିଞ୍ଜିଳିକାଟୁରେ କରେନା ପରିଚାଳନା ଓ ଅଭିଯୋଗର ସମୀକ୍ଷା କଲେ ଜିଲ୍ଲାପାଳ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଆତଙ୍କ ଖେଳାଇ ଦେଇଛି । ରାଜ୍ୟର ସର୍ବଧିକ ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ମଙ୍ଗଳବାର ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୬୩୬୨ ସଂକ୍ରମିତଙ୍କ ମଧ୍ୟରୁ ୪୦୦୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୨୮୭ ଚିକିତ୍ସାଧିନ ରହିଛନ୍ତି ଓ ୬୨ ଜଣଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣର ଭିନ୍ନଛବି ଅନୁଧ୍ୟାନ କରି ସ୍ୱତନ୍ତ୍ର ଋଣନୀତି ପ୍ରସ୍ତୁତ କରାଯାଇଛି । ପରିସ୍ଥିତି ଅଣାୟତ ହେବା ସମୀକ୍ଷା କରି ମୁକାବିଲା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୫ କୋଟି ଟଙ୍କାର ଆର୍ଥୀକ ପ୍ୟାକେଜ ମଞ୍ଜୁର କରିଛନ୍ତି ।


