ଯାହା ସତ ତାହା ଦେଖାଇବା ଜରୁରୀ – ରଜନୀକାନ୍ତ
ଚେନ୍ନାଇ: ସାମ୍ୱାଦିକଙ୍କୁ ପରାମର୍ଶ ଦେଇଛନ୍ତି ତାମିଲ ସୁପରଷ୍ଟାର ରଜନୀକାନ୍ତ ତାମିଲ ମାଗାଜିନ ‘ତୁଗଲକ’ର ଏକ କ।ର୍ଯ୍ୟକ୍ରମରେ ମଙ୍ଗଳବାର ଯୋଗ ଦେଇ ସାମ୍ୱାଦିକଙ୍କ ଉଦ୍ଦେଶ୍ୟରେ ନିଜର ମତ ରଖିଛନ୍ତି । ସମାଜ ଏବଂ ରାଜନୀତି ଖରାପ ସ୍ଥିତି ଆଡ଼କୁ ଯାଉଛି । ଏଭଳି ସ୍ଥିତିରେ ଦେଶବାସୀଙ୍କ ପାଇଁ ଗଣମାଧ୍ୟମର ଏକ ବଡ଼ ଭୂମିକା ରହିଛି । ଏବେ କିଛି ଟିଭି ଚ୍ୟାନେଲ ଗୁଡ଼ିକ ରାଜନୀତିକ ଦଳଙ୍କ ଦ୍ୱାରା ପରିଚାଳିତ । ତେଣୁ ମିଡ଼ିଆ, ସମାଲୋଚକ ଏବଂ ସାମ୍ୱାଦିକ ଯାହା ସତ ତାହା ଦେଖାଇବା ଜରୁରୀ ବୋଲି ରଜନୀକାନ୍ତ କହିଛନ୍ତି ।


