ଯୁକ୍ତ ଦୁଇ ବାଇଓଲୋଜି ପରୀକ୍ଷାରେ ଚାରି ମାଲ ପ୍ରାକ୍ଟିସ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ସ୍ରୋତର ବାଇଓଲୋଜି ପରୀକ୍ଷା ଗୁରୁବାର ଗଞ୍ଜାମ ସମେତ ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲାରେ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି l ଆଜିର ପରୀକ୍ଷାରେ ଚାରି ଜଣ ପରୀକ୍ଷାର୍ଥୀ ଅସଦୁପାୟ ଅବଲମ୍ବନ କରି ମାଲ ପ୍ରାକ୍ଟିସରେ ବୁକ ହୋଇଥିବା ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ସୂଚନା ଦେଇଛନ୍ତି lଗଞ୍ଜାମ, ଗଜପତି, କୋରାପୁଟ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକରେ କୌଣସି ଅନିୟମିତତାର ଖବର ନଥିବା ବେଳେ ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ସ୍ଥିତ ସରକାରୀ ଏସ.ଏସ.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଣେ, ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁଇ ଜଣ ଓ ରାୟଗଡ଼ା ଜିଲ୍ଲା କୈଳାସପୁର ସ୍ଥିତ ସରକାରୀ ଏସ.ଏସ.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଣେ ପରୀକ୍ଷାର୍ଥୀ ମାଲ ପ୍ରାକ୍ଟିସରେ ବୁକ ହୋଇଥିବା ଏହି ସୂତ୍ରରୁ ଜଣାପଡ଼ିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ