ଯୁଗାଚାର୍ଯ୍ୟ ବଡ଼ଦାଙ୍କ ୧୦୯ ତମ ଜନ୍ମ ମହୋତ୍ସବ ପାଳିତ

କୋଦଳା ,(ଯୁଗାବ୍ଦ ନ୍ୟୁଜ୍‌): ଶୁକ୍ରବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ ବିହାର ପରିସରରେ ଶ୍ରୀ ଶ୍ରୀ ଯୁଗାଚାର୍ଯ୍ୟ ବଡଦାଙ୍କ ୧୦୯ ତମ ଜନ୍ମ ମହୋତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । କାର୍ଯ୍ୟସୂଚୀ ଅନୁଯାୟୀ ବେଦ ମାଙ୍ଗଳିକ,, ପ୍ରାର୍ଥନା, ଗ୍ରନ୍ଥ ପାଠ, ଜନ୍ମ ଲଗ୍ନ ଘୋଷଣା, ସଙ୍ଗୀତାଞ୍ଜଳି, ଭଜନ କୀର୍ତ୍ତନ, ସତସଙ୍ଗ ଆଲୋଚନା, ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସତସଙ୍ଗ ଆଲୋଚନା କାର୍ଯ୍ୟକ୍ରମ ରେ ରିତିକ୍ ନିରଞ୍ଜନ ବାରିକ ଯୋଗଦେଇ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜୀବନୀ, ଭାବ ଧାରା ଏବଂ ଶ୍ରୀ ଶ୍ରୀ ବଡଦା ଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କର୍ମୀ ଏମ୍. ରାଘବ କୁମାର ସୁବୁଦ୍ଧି, ମନୋଜ କୁମାର ସାହୁ, ସମେତ ଶତାଧିକ ଗୁରୁଭାଇ, ମା ଏବଂ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ