ଯୁଗାଦ୍ଧର ପ୍ରଭାବ ଦିବ୍ୟାଙ୍ଗ ଭାଇ ଭଉଣୀ ଙ୍କୁ ମିଳିଲା ଭତ୍ତା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ବଲସକୁମ୍ପା ପଞ୍ଚାୟତ ଛନ୍ଦୁରୁପଦର ଗ୍ରାମର ବୀରେନ୍ଦ୍ର ପ୍ରଧାନଙ୍କ ପୁଅ ସତ୍ୟବାନ ଏବଂ ଝିଅ ସତ୍ୟପ୍ରଭା ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସେମାନଙ୍କୁ ଭତ୍ତା ମିଳୁ ନ ଥିଲା। ସେହିପରି ସୁନ୍ଦରଗଡ ଗ୍ରାମର ଶ୍ରୀୟା କହଁର ସ୍ବାମୀଙ୍କ ମୃତ୍ୟୁର ପାଞ୍ଚ ବର୍ଷ ବିତି ଯାଇଥିଲେ ସୁଦ୍ଧା ସେ ମଧ୍ୟ ବିଧବା ଭତ୍ତା ପାଉ ନ ଥିଲେ। ବିଭିନ୍ନ ସମୟରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ। ଏନେଇ କିଛି ଦିନ ତଳେ ଯୁଗାଦ୍ଧରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ ଅଧିକାରୀ ମାନେ ତପ୍ତର ହୋଇ ସେମାନଙ୍କ ଘରକୁ ଯାଇ ସେମାନଙ୍କ ଭତ୍ତା ଫର୍ମ ପୂରଣ କରି ଆଣିଥିଲେ। ଶେଷରେ ଶୁକ୍ରବାର ଶ୍ରୀୟା କହଁରଙ୍କୁ ବିଡିଓ ରବୀନ୍ଦ୍ର ନାଥ କହଁର ଏବଂ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର କହଁର, ଉପାଧ୍ୟକ୍ଷା ସୌଦାମିନୀ କହଁର ପ୍ରମୁଖ ଉପସ୍ଥିତ ରହି ଭତ୍ତା ପ୍ରଦାନ କରିଥିଲେ। ସେହିପରି ସତ୍ୟବାନଙ୍କୁ ଆଗରୁ ଭତ୍ତା ମିଳିସାରିଥିବାବେଳେ ଭଉଣୀ ସତ୍ୟପ୍ରଭାଙ୍କୁ ଶନିବାର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତୁଷାରାଣୀ ନାୟକ ଘରକୁ ଯାଇ ଭତ୍ତା ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ