ଯୁବକଙ୍କୁ ଆକ୍ରମଣ ; ଅଭିଯୁ୍କ୍ତ କୋର୍ଟଚାଲାଣ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ରବିବାର ରାତିରେ ଜଣେ ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଏବଂ ଆକ୍ରମଣ ଘଟଣାରେ ଆଜି ଗାଙ୍ଗପୁର ପୋଲିସ୍ ଜଣକୁ ଗିରଫ କରି କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି I ପୋଲିସ୍ ର ସୂଚନା ପ୍ରକାରେ ରବିବାର ରାତି ଦଶ ଘଣ୍ଟା ୪୫ ମିନିଟ୍ ସମୟରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଧାନପୁଞ୍ଜା ଗ୍ରାମର ଦେବବ୍ରତ ଗୌଡ଼ ତାଙ୍କ ଚାକରକୁ ତା ଘରେ ଛାଡି ନିଜ ଗ୍ରାମ ଧାନପୁଞ୍ଜାକୁ ଫେରୁଥିବା ସମୟରେ ପାଇଲିପଡାଠାରେ ସେହି ଗ୍ରାମର ସୁବାସ ସେଠୀ (୪୨) ଦେବବ୍ରତକୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା I ଏହା ସହ ତାଙ୍କୁ ଜୀବନରେ ମାରିଦେବାର ଧମକ ଦେଇ ଆକ୍ରମଣ କରିଥିଲା I ସୁବାସର ଆକ୍ରମଣରେ ଦେବବ୍ରତ ଆହତ ହୋଇଥିଲେ ଏବଂ ତାଙ୍କୁ ସ୍ଥାନୀୟ ଲୋକେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ I ଏନେଇ ଦେବବ୍ରତଙ୍କ ଭାଇ ପ୍ରଦୀପ କୁମାର ଗୌଡ଼ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ I ପ୍ରଦୀପଙ୍କ ଅଭିଯୋଗକୁ ଭିତ୍ତି କରି ଗାଙ୍ଗପୁର ପୋଲିସ୍ ୪୫୯/୨୨ ରେ ଏକ ମାମଲା ରୁଜୁ କରି ଆହତ ଦେବବ୍ରତ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ବୟାନ ସଂଗ୍ରହ କରି ଅଭିଯୁକ୍ତ ସୁବାସ ସେଠୀଙ୍କୁ ଗିରଫ କରିବା ସହିତ କୋର୍ଟଚାଲାଣ କରିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ