ଯୁବକଙ୍କୁ ହତ୍ୟା କରି ପୋଡିଦେଇଥିବା ଅଭିଯୋଗ

ପୂର୍ବ ରାଜନୈତିକ ଶତ୍ରୁତା କୁ କେନ୍ଦ୍ର କରି ଯୁବକ ଙ୍କୁ ଅପହରଣ ପରେ ହତ୍ୟା କରି ପୋଡି ଦେଇଥିବା ଅଭିଯୋଗ , ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଶରଣକୁଳ ଥାନା କଲ୍ୟାଣପୁର ଗାଁରୁ ,ଅଭିଯୋଗ ମୁତାବକ ଗତ ମାସ ୧୪ ତାରିଖ ଦିନ କଲ୍ୟାଣପୁର ଗାଁର ରବି ପ୍ରଧାନ ଙ୍କୁ ସେହି ଗାଁର ସରପଞ୍ଚ ଙ୍କ ପୁଅ କାଳୁ ମାହାନ୍ତି ଓ କିଛି ଯୁବକ ମିଶି ଅପହରଣ କରି ନେଇଥିବା ରବି ଙ୍କ ବାପା ଶରଣକୁଳ ଥାନାରେ ଅଭିଯୋଗ କରିଥିଲେ ,ଏହି ଘଟଣାରେ ପୋଲିସ ୧୫ ଦିନ ପରେ ଜମୁଝୋଲା ଗାଁର ବୁଲୁ ବରାଡ଼ ଙ୍କୁ ଥାନାରେ ଅଟକ ରଖି ପଚାରଉଚରା କରିଥିଲା , ପୋଲିସ ଆଗରେ ଅଭିଯୁକ୍ତ ବୁଲୁ ଦେଇଥିଲା ଚାଞ୍ଚଲ୍ୟ କର ବୟାନ , କହିଥିଲା ରବି କୁ ପ୍ରଥମେ ନୟାଗଡ଼ ରୁ ଅପହରଣ କରି ପରେ ରଣପୁରରେ ହତ୍ୟା କରି ଦୁଇ ଦିନ ପରେ ଖୋର୍ଦ୍ଧା ଜିଲ୍ଲା ଅଞ୍ଚଳରେ ପୋଡ଼ି ଦିଆଯାଇଛି ,ପରେ ପୋଲିସ ଆଭିଯୁକ୍ତ ବୁଲୁ ପ୍ରଧାନକୁ ଘଟଣା ସ୍ଥଳକୁ ନେଇ ତଦନ୍ତ ଆରମ୍ଭ କରିଥିଲା ଅଭିଯୁକ୍ତ ବୁଲୁର ବୟାନ ଅନୁଯାୟୀ ଅଭିଯୁକ୍ତ ମାନେ ରବି ଙ୍କୁ ଗତ ମାସ ୧୪ ତାରିଖ ରାତିରେ ନୟାଗଡ଼ ରୁ ଅପହରଣ କରି ରଣପୁର ଥାନା ନରସିଂହପୁର ଗାଁ ନିକଟରେ ହତ୍ୟା କରି ଖୋର୍ଦ୍ଧା ଜିଲ୍ଲା ଉଗ୍ରତାର ମନ୍ଦିର ନିକଟ ଜଙ୍ଗଲରେ ଶବ କୁ ମାଙ୍କଡ଼ା ପଥର ଘୋଡାଇ ଲୁଚାଇ ରଖିଥିଲେ ,ଦୁଇ ଦିନ ପରେ ୧୬ ତାରାରିଖ ଦିନ ରାତିରେ ରବି ଙ୍କ ମୃତ ଦେହକୁ ସେଠାରେ ପେଟ୍ରୋଲ ଢାଳି ପୋଡି ଦେଇଥିବା ଅଭିଯୁକ୍ତ ବୁଲୁ ପ୍ରଧାନ ପୋଲିସ ପାଖରେ ପୁରା ହତ୍ୟାକାଣ୍ଡର କାହାଣୀ ବର୍ଣ୍ଣନା କରିଛି , ,ଆଜି ଶରଣକୁଳ ପୋଲିସ ଫରେନଷ୍ଟିକ୍ ଟିମ ସାହାଯ୍ୟରେ ରବି ପ୍ରଧାନ ଙ୍କ ହାଡ଼ କଙ୍କାଳ ଓ ପାଉଁଶ କୁ ଖୋର୍ଦ୍ଧା ଜିଲ୍ଲା ଉଗ୍ରତାର ମନ୍ଦିର ନିକଟ ରାସ୍ତା କଡ଼ ଜଙ୍ଗଲରୁ ଜବତ କରିଛି ,ଏହି ଘଟଣାରେ ଅଭିଯୁକ୍ତ ବୁଲୁ ପ୍ରଧାନ ଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ , ରବି ପ୍ରଧାନ ହତ୍ୟାକାଣ୍ଡ ଘଟଣାରେ ୬ ଜଣ ରୁ ଅଧିକ ଅଭିଯୁକ୍ତଙ୍କ ସମ୍ପୁକ୍ତି ରହିଥିବା ମୃତ ରବି ଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି ,ପୂର୍ବରୁ ରବି ଙ୍କୁ ହତ୍ୟା କରିବା ପାଇଁ ଅଭିଯୁକ୍ତ ମାନେ ଧମକ ଦେଇଥିବା ମୃତ ରବି ଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି , ,ଫେରାର ରହିଥିବା ଅନ୍ୟ ଅଭିଯୁକ୍ତ ମାନଙ୍କ ଖୁବଶୀଘ୍ର ଗିରଫ କରାଯିବ ବୋଲି ଶରଣକୁଳ ଏସଡିପିଓ କହିଛନ୍ତି ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ