ନୂଆ ଭାରତ ଓ ନୂଆ ଓଡିଶାର ମୂଳଦୁଆପକେଇବାର ବଜେଟ୍ – ଧର୍ମେନ୍ଦ୍ର ପ୍ରଧାନ

 ଏହି ବଜେଟରୁ ଓଡିଶା ଭଳି ରାଜ୍ୟ ବିଶେଷ ଭାବରେ ଲାଭ ପାଇବ
 ଭାରତବର୍ଷର ଚାଷୀ, ଯୁବକ, ମହିଳା, ଗରିବ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ବଜେଟ୍
 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୁନର୍ବାର ଯେଉଁ ଜନାଦେଶ ମିଳିଛି, ଜନାଦେଶର

ଅର୍ଥକୁ ସାମ୍ନାରେ ରଖି ଏହି ବଜେଟ୍କୁ ଅଣାଯାଇଛି
 ୫ ଟ୍ରିଲିୟନ ଅର୍ଥନୀତିର ଯୋଜନାରେ ଓଡିଶାର ବଡ ଭୂମିକା ରହିବ
 ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ତୃତୀୟ ପର୍ଯ୍ୟାୟରେ ଓଡିଶା ସିଂହ ଭାଗ ପାଇବ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୦୫ ବଜେଟ୍ ନୂଆ ଭାରତ ଓ ନୂଆ ଓଡିଶାର ମୂଳଦୁଆ
ପକେଇବାର ବଜେଟ୍ । ଏ ବଜେଟ୍ ଭାରତବର୍ଷର ଚାଷୀ, ଯୁବକ, ମହିଳା, ଗରିବ ଲୋକଙ୍କ ପାଇଁ
ଉତ୍ସର୍ଗୀକୃତ ବଜେଟ୍ ବୋଲି ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ତଥା ୨୦୧୯-୨୦
ଆର୍ଥିକ ବର୍ଷର ବଜେଟ୍ ଲୋକସଭାରେ ଉପସ୍ଥାପିତ ହେବା ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି
କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବଜେଟ୍ ପାଇଁ ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜଣାଇବା ସହ ଏହି ବଜେଟରୁ ଓଡିଶା ଭଳି
ରାଜ୍ୟ ବିଶେଷ ଭାବରେ ଲାଭ ପାଇବ ବୋଲି ସେ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶୁକ୍ରବାର ଦେଶର ପୂର୍ଣ୍ଣାଙ୍ଗ ବଜେଟ ଲୋକସଭାରେ ଭାରତର ପ୍ରଥମ
ବିଧିବଦ୍ଧ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ହୋଇଯାଇଛି । ଏହି ବଜେଟ୍
ଭବିଷ୍ୟତର ବଜେଟ୍ । ଆଗାମୀ ୧୦ ବର୍ଷରେ ଭାରତର ପ୍ରଗତିର ପ୍ରବାସ କେଉଁଭଳି ହେବ ଏହି ବଜେଟ
ତା’ର ପ୍ରତିଫଳନ । ଗୋଟିଏ ନୂଆ ଭାରତ ଗଢିବାର ଯେଉଁ ପ୍ରତିବଦ୍ଧତା ଭାରତର ସବୁ ଲୋକମାନଙ୍କର
ଅଛି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ୧୦ ବର୍ଷିଆ ଖସଡାର ୫ ବର୍ଷର ସ୍ପଷ୍ଟ ଯୋଜନା ଏହି ବଜେଟ୍ରେ
ଉପସ୍ଥାପିତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଦେଶର ସର୍ବାଧିକ ଲୋକମାନଙ୍କର ଆର୍ଥିକ ଉନ୍ନତି, ସମସ୍ତଙ୍କୁ ମୌଳିକ ସୁବିଧା ତଥା ଘର, ବିଜୁଳି, ସ୍ୱଚ୍ଛ
ଇନ୍ଧନ ନାଁରେ ଏଲପିଜି ସଂଯୋଗ, ଶୌଚାଳୟ, ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ, ଗ୍ରାମାଂଚଳରେ
ଗମନାଗମନ ବ୍ୟବସ୍ଥା, ରୋଜଗାରର ବ୍ୟବସ୍ଥା, କୃଷି ଉତ୍ପାଦିତ ଜିନିଷର ବଜାରୀକରଣ ବ୍ୟବସ୍ଥା ଏ ସବୁ
ଉପରେ ବଡ ନିବେଶ ଏହି ପୂର୍ଣ୍ଣାଙ୍ଗ ବଜେଟରେ ସ୍ପଷ୍ଟ ଚିତ୍ର ରହିଛି । ଏହା ବ୍ୟତିତ ରେଳ, ରାସ୍ତା, ଜଳପଥ,
ଗ୍ୟାସଗ୍ରୀଡ୍, ଇଂଟରନେଟ୍ ପାଇଁ ଆଇୱେ ଏହି ସବୁ ଗୁଡିକରେ ମଧ୍ୟ ଚଳିତ ବର୍ଷ ଓ ଆଗାମୀ ୫ ବର୍ଷରେ
କଣ କଣ ନିବେଶ କରାଯିବ ଏ ବିଷୟରେ ମଧ୍ୟ ବଜେଟରେ ଉଲ୍ଲେଖ କରାଯାଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବଜେଟରେ ମଧ୍ୟମ ବର୍ଗୀୟ ଲୋକଙ୍କ ଉପରେ କୌଣସି ଅତିରିକ୍ତ କର ବୋଝ
ନାହିଁ । ଏହା ଏକ ଯୁଗାନ୍ତକାରୀ ବଜେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୁନର୍ବାର ଯେଉଁ
ଜନାଦେଶ ମିଳିଛି, ଜନାଦେଶର ଅର୍ଥକୁ ସାମ୍ନାରେ ରଖି ଏହି ବଜେଟ୍କୁ ଅଣାଯାଇଛି । ଏହି ବଜେଟ୍ରେ

ଓଡିଶା ଭଳି ରାଜ୍ୟ ବିଶେଷ ଲାଭାର୍ଥୀ ହେବ । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ତୃତୀୟ ପର୍ଯ୍ୟାୟରେ
୧ ଲକ୍ଷ ୨୫ ହଜାର କିମି ରାସ୍ତା ବନିବ । ୮୦ ହଜାର କୋଟି ଟଙ୍କା ଏଥିରେ ଖର୍ଚ୍ଚ ହେବ । ଓଡିଶା ଏହାର
ସିଂହ ଭାଗ ପାଇବ ।
ସେହିପରି ପାଖାପାଖି ୨ କୋଟି ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବ । ପିଇବା ପାଣି,
ବିଜୁଳି, ଗ୍ୟାସ ସଂଯୋଗ, ଶୌଚାଳୟ କାର୍ଯ୍ୟକ୍ରମ ଓ ମତ୍ସ୍ୟ ସମ୍ପଦକୁ ଯୋର ଦିଆଯିବ । ସାଗରମାଳା
ଭାରତମାଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ସେହିଭଳି ଓଡିଶାର ଭିତିଭୂମିରେ ଅଧିକ ନିବେଶ
ହେବ, ସ୍ପେଶାଲ ଇନଭେଷ୍ଟମେଂଟ୍ କରିଡର ହେବ । ସାଢେ ୪୦୦ କିମି ଉପକୂଳ ଓଡିଶା ସବୁଠୁ ଏହାର
ଲାଭ ପାଇବ । ୫ ଟ୍ରିଲିୟନ ଅର୍ଥନୀତିର ଯେଉଁ ଯୋଜନା ବନାଯାଉଛି, ଓଡିଶାର ବଡ ଭୂମିକା ଏଥିରେ
ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ସାମ୍ବାଦିକଙ୍କ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ
ସଡକ ବନିବ ତେବେ ଓଡିଶାର ନକ୍ସଲ ପ୍ରଭାବିତ ଅଂଚଳର ସବୁ ଗାଁରେ ରାସ୍ତା ତିଆରି ହେବ । ଅନୁରୂପ
ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବନିଲେ ନକ୍ସଲ ପ୍ରଭାବିତ ଅଂଚଳ ମଧ୍ୟ ପ୍ରାଥମିକତା
ପାଇବ ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ କୋଟି ଘର ବନିଲେ ଓଡିଶା ଏହାର ଲାଭ ପାଇବ । ଓଡିଶାର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫନୀ ପ୍ରଭାବିତ ଅଂଚଳ ପାଇଁ ୫ ଲକ୍ଷ ଘର ମାଗିଥିବା ବେଳେ ଓଡିଶା ଏହି
ବଜେଟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସିଂହ ଭାଗ ଘର ପାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ବିଗତ ଦିନ ମାନଙ୍କରେ ଓଡିଶା ଯେଭଳି ପାଖାପାଖି ୧୦ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ
ପାଇଥିଲା ତେବେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ମାଗିଥିବା ଘର ବ୍ୟତିତ ଅଧିକ ଘର ଓଡିଶାକୁ
ମିଳିବା ନିଶ୍ଚିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ