ଯୁବକଙ୍କ ଆତ୍ମହତ୍ୟା- ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ

ପାରାଦୀପ, (ପୀତବାସ ପ୍ରଧାନ):ପାରାଦୀପରେ ଜେନେରାଲ ପରପସ୍ ମଜଦୁର(ଜିପିଏମ୍‌) କାର୍ଯ୍ୟ କରୁଥିବା କେ. ଅନଗାଲାଗାନ୍‌(୪୯) ଆତ୍ମହତ୍ୟା କରିଥିବା ଜଣାପଡିଛି । ସେ ବିଷ ପିଇ ଦେବା ପରେ ଯନ୍ତ୍ରଣା ହେବାରୁ ଚିତ୍କାର କରିଥିଲେ । ଏହା ଦେଖି ପରିବାର ଲୋକ ପଡୋଶୀ ଙ୍କ ସହାୟତାରେ ଅଠରବାଙ୍କୀ ମେଡିକାଲ କୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଅନଗାଲାଗାନ୍‌ଙ୍କ ପୁଅ ସାଇଶକ୍ତି ପାରାଦୀପ ଆଦର୍ଶ ଥାନାରେ ସୂଚନା ଦେବା ପରେ ପୋଲିସ ୩୦/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ପାରାଦୀପ ଆଦର୍ଶ ଥାନା ପକ୍ଷରୁ ସୂଚନା ମିଳିଛି । ତାଙ୍କ ଘର ତାମିଲନାଡୁ ରାଜ୍ୟରେ ସେ ମଧୁବନ ଜିଜେଆଇ କଲୋନୀରେ ରହୁଥିଲେ । ଆତ୍ମହତ୍ୟାର କାରଣ ଜଣାପଡି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ