ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଶନିବାର ସକାଳେ ହିଞ୍ଜିଳି ପୁଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି । ମୃତକ ଜଣକ ଆସିକା ଥାନା ଖଡ଼ଭାଗ ଗ୍ରାମର ଇଶ୍ୱର ସ୍ୱାଇଁଙ୍କ ପୁଅ ମଙ୍ଗୁଳୁ (୧୮) । ଏ ନେଇ ହିଞ୍ଜିଳି ଥାନାରେ ନଂ-୨୯/୨୦ରେ ଏକ ଅପମୃତ୍ୟୁ ମାଲା ରୁଜୁ କରି ଶବକୁ ଜବତ କରିବା ସହ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । ପ୍ରକାଶ ଯେ, ଯୁବକ ଜଣକ ଗତ କିଛି ମାସ ଧରି ସ୍ଥାନୀୟ ପୌରାଂଚଳ ମହେଶ୍ୱର ସାହୁଙ୍କ ମିଠା ଦୋକାନରେ ରହି କାମ କରି ଆସୁଥିଲେ । ଶନିବାର ରାତିରେ ଦୋକାନରୁ ଫେରି ରାତି ଭୋଜନ କରିବା ପରେ ଦୋକାନ ମାଲିକଙ୍କ ଘରର ଛାତ ଉପରେ ଶୋଇଥିଲେ । ଶନିବାର ସକାଳୁ ଛାତ ରେଲିଂରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଥିଲା । ଏ ନେଇ ଦୋକାନ ମାଲିକ ଯୁବକଙ୍କ ପରିବାର ସଦସ୍ୟଙ୍କୁ ଖବର ଦେଇତିଲେ । ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପଂହଚିବା ପରେ ଯୁବକଙ୍କ ମା’ ଘଟଣା ନେଇ ହିଞ୍ଜିଳି ଥାନାରେ ଏତାଲା ଦେଇଛନ୍ତି ।