ରାସ୍ତା ଉପରୁ ଗାଇଗୋରୁ ଉଠାଇଲା ହିଞ୍ଜିଳି ପୌର ପରିଷଦ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୌରାଂଚଳ ତଥା ୫୯ ନଂ ଜାତୀୟ ରାଜପଥ ଉପରେ ଗତ କିଛି ଦିନ ଧରି ବୁଲା ଗାଇଗୋରୁ ଶୋଉ ରହୁଥିଲେ । ଯଦ୍ୱାରା ସହର ମଧ୍ୟରେ ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ବହୁ ସମୟରେ ଦୂର୍ଘଟଣା ଘଟି ବହୁ ଗାଇଗୋରୁ ଆହତ ହେଉଥିଲେ । ଶୁକ୍ରବାର ସନ୍ଧ୍ୟାରେ ପୌର ପରିଷଦ ପକ୍ଷରୁ ରଜପଥ ଉପରେ ଶୋଇଥିବା ଗାଇଗୋରୁଙ୍କୁ କବ୍ଚା କରାଯାଇଛି । ପୌର ପ୍ରଶାସନ ପକ୍ଷରୁ ଏଭଳି ବାରମ୍ବାର ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ଗାଇ ମାଲିକ ମାନେ ଜରିମାନା ଦେଇ ନିଜ ନିଜ ଗାଇଙ୍କୁ ନେଇ ପୁଣିଥରେ କ୍ଷିର ଦୁହିଁସାରି ରାସ୍ତାକୁ ଛାଡ଼ି ଦେଉଥିବା ଦେଖିବାକୁ ମିଳିଥିଲା । ପରିଶେଷରେ ଶୁକ୍ରବାର ପୌର ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ରାସ୍ତା କଡ଼ରୁ ଉଠାଇ ଅଣାଯାଇଥିବା ଗାଇଗୋରୁ ମାଲିକ ମାନଙ୍କ ବିରୋଧରେ ଏନିମଲ୍ ଆକ୍ଟ ଅନୁଯାୟୀ ଥାନାରେ ଏତାଲା ଦିଆଯିବା ସହ ପ୍ରତ୍ୟେକ ଗାଇ ପିଛା ୨ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯିବ ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ କହିଛନ୍ତି ।


