ଯୁବକଙ୍କ ପେଟରୁ ବାହାରିଲା ଚାମଚ, ପେଚକସ, ଛୁରି, ଦାନ୍ତ ଘଷା ବ୍ରସ୍
(ଯୁଗାବ୍ଦ ନ୍ୟୁଜ ) ହିମାଚଳ ପ୍ରଦେଶର ଜଣେ ୩୫ ବର୍ଷୀୟ ଯୁବକ ୮ଟି ଚାମଚ ,୨ଟି ପେଚକସ୍, ଗୋଟିଏ ଛୁରି ଏବଂ ୨ଟି ଦାନ୍ତ ଘଷା ବ୍ରସ୍ ଖାଇ ଦେଇଥିଲେ । କିଛି ସମୟ ପରେ ସେ ପେଟ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହିମାଚଳ ପ୍ରଦେଶର ମଣ୍ଡିସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଏକ ଡାକ୍ତରୀ ଟିମ ଉକ୍ତ ଯୁବକଙ୍କର ବିରଳ ଅସ୍ତ୍ରୋପଚାର କରିଛନ୍ତି । ତାଙ୍କର ଅସ୍ତ୍ରୋପଚାର କରି ମେଡିକାଲ ଟିମ୍ ଗୋଟିଏ ଛୁରି, ୨ଟି ପେଚକସ, ୮ଟି ଚାମଚ ଏବଂ ୨ଟି ଦାନ୍ତଘଷା ବ୍ରସ ବାହାର କରିଛନ୍ତି । ଏହି ଟିମର ସଦସ୍ୟ ଡାକ୍ତର ନିଖିଲ କହିଛନ୍ତି ଯେ ପେଟ ଭିତରେ କିଛି ଜିନିଷ ଥିବାରୁ ପୂର୍ବାନୁମାନ କରାଯାଇଥିଲା । ସର୍ଜନ ଟିମ ଯଥାଶୀଘ୍ର ଅପରେସନ କରିବାକୁ ବାହାରି ପଡ଼ିଥିଲେ । ବର୍ତ୍ତମାନ ଉକ୍ତ ଯୁବକ ସୁସ୍ଥ ଅଛନ୍ତି । ଏହା ଏକ ବିରଳ ଅସ୍ତ୍ରୋପଚାର ବୋଲି ମଧ୍ୟ ଡାକ୍ତର ନିଖିଲ କହିଛନ୍ତି ।