ଯୁବକବି ଜନ୍ମେଜୟଙ୍କୁ ବିରଜାପ୍ରଜ୍ଞା ସମ୍ମାନ
ହାଟଡିହି, (ବିକାଶ ବିଶ୍ୱାଳ) :-ବରୁଣେଶ୍ୱର କ୍ଷେତ୍ରର ଯୁବକବି, ଗାଳ୍ପିକ, ତଥା ଶିକ୍ଷକ ଜନ୍ମେଜୟ ନାୟକଙ୍କୁ ବିରଜା କୃପା ସାହିତ୍ୟ ପରିବାର ପକ୍ଷରୁ ବିରଜା ପ୍ରଜ୍ଞା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ବିରଜା ମହିଳା ମହାବିଦ୍ୟାଳୟ ପରିସରରେ ବିରଜା କୃପା ସାହିତ୍ୟ ପରିବାରର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ବରିଷ୍ଠ ଅଭିନେତା ତଥା ସଂଗୀତଜ୍ଞ ଶ୍ରୀକାନ୍ତ ଗୌତ୍ତମ, ସମ୍ମାନୀତ ଅତିଥି ଭାବେ ଭୁପତି ଭୂଷଣ ମିଶ୍ର, ମୁଖ୍ୟ ବକ୍ତା ଭାବେ ଗୀତିକବି ବସନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇ ପେଶାରେ ଜଣେ ଗଣିତ ଶିକ୍ଷକ ହେଲେ ମଧ୍ୟ ଜନ୍ମେଜୟ କବିତା, ଗଳ୍ପ ଲିଖନ କ୍ଷେତ୍ରରେ ଯେଉଁ ପ୍ରକାରଉଚ୍ଚ କୋଟୀର ପାରଦର୍ଶିତିା ଦେଖାଇଛନ୍ତି ତାହା ଆଗାମି ଯୁବ ପିଢ଼ୀଙ୍କ ପାଇଁ ନିଶ୍ଚିତ ପ୍ରେରଣାଦାୟୀ ହେବ ବୋଲି ମତବ୍ୟକ୍ତ କରିବା ସହିତ ତାଙ୍କୁ ମାନପତ୍ର, ଉପଢ଼ୌକନ ଦେଇ ତାଙ୍କୁ ବିରଜା ପ୍ରଜ୍ଞା ସମ୍ମାନରେ ସମ୍ମାନୀତ କରିଥିଲେ । ତାଙ୍କୁ ଏଭଳି ଏକ ସମ୍ମାନରେ ସମ୍ମାନୀତ କରାଯିବା ପରେ ଅନେକ କବି, କବୟତ୍ରୀ, ଗାଳ୍ପିକ ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।


