ଯୁବତୀଙ୍କ ଗଳା କାଟିଲେ ଦୁବୁର୍ତ୍ତ
ବାଲେଶ୍ୱର ( ଯୁଗାବ୍ଦ ନ୍ୟୁଜ) : ବାଲେଶ୍ୱର ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ଦାହପଡା ପେଟ୍ରୋଲପମ୍ପ ନିକଟରେ ଦୁର୍ବୁତ୍ତ ଜଣେ ଯୁବତୀର ଗଳା କାଟିଛି । ଏହି ଘଟଣା ପରେ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି ।ଗୁରୁତର ଯୁବତୀକୁ ସ୍ଥାନୀୟ ବାଲେଶ୍ୱର ମେଡିକାଲରେ ଭର୍ତ୍ତକରାଯାଇଛି । ଯୁବତୀଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ପ୍ରେମ ବ୍ୟାପାରକୁୂ କେନ୍ଦ୍ର କରି ଏହି ଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


