ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ
ନାଉଗାଁ,(ଓ୍ବାଇଏନ୍ଏସ୍) : ନାଉଗାଁ ଗ୍ରାମର ଜୈନିକ ଯୁବତୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ଯୁବତୀଙ୍କ ବାପା କଲିକତାରେ ରହୁଥିବା ବେଳେ ମା ଯାଜପୁରରେ ରହୁଥିବା ଜଣାଯାଇଛି । ଯୁବତୀ ଜଣକ ଘରେ ଏକା ରହୁଥିଲେ । ଯୁବତୀଙ୍କ ସଂର୍ପକୀୟ ଜେଜେଙ୍କ ଅଭିଯୋଗ ମୁତାବକ ଅପରାହ୍ନ ପର୍ଯ୍ୟନ୍ତ ଉକ୍ତ ଯୁବତୀ ଜଣକ ଶୋଇବା ଘର କବାଟ ଖୋଲି ନଥିଲେ । ଘର କବାଟ ନ ଖୋଲିବାରୁ ଯୁବତୀଙ୍କ ବଡବାପା ଝରକା ପଟେ ଘର ଭିତରକୁ ଦେଖିଲା ବେଳକୁ ଯୁବତୀ ଜଣକ ବେକରେ ଓନି ଲଗାଇ ଝୁଲୁଥିବା ଦେଖିବାକୁ ପାଇଲେ । ଘରର କବାଟ ଭାଙ୍ଗି ଘର ମଧ୍ୟରେ ପ୍ରବେଶ କରି ଦେଖିଲା ବେଳକୁ ବେକରେ ଓନି ଲଗାଇ ଦେଇ ଝୁଲିକି ରହିଛି । ପରିବାର ପକ୍ଷରୁ ସଙ୍ଗେ ସଙ୍ଗେ ନାଉଗାଁ ଥାନାକୁ ଖବର ଦେଇଥିଲେ । ନାଉଗାଁ ଥାନା ଏସଆଇ ବିବେକାନନ୍ଦ ସାହୁ ଘଟଣାସ୍ଥଳରେ ପହଁଚି ଯୁବତୀଙ୍କ ଜେଜେଙ୍କ ଅଭିଯୋଗ ଭିତିକରି ଏକ ଅପମୃତ୍ୟୁ ମାମଲା ୩ /୨୦୨୦ରେ ରୁଜୁ କରି ମୃତ ଶରୀରକୁ ଉକ୍ତ ସ୍ଥାନରୁ ଖୋଲିବା ସହିତ ଶବକୁ ଜବତ କରିଥିଲେ । ଏହା ହତ୍ୟା କିମ୍ବା ଅତ୍ମହତ୍ୟା ସଂର୍ପକରେ ତଦନ୍ତ ଚାଲିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଯୁବତୀଙ୍କ ବାପା,ମା ବାହାରେ ରହୁଥିବା ବେଳେ ଯୁବତୀଙ୍କ ଜଣକ ଯୁକ୍ତ ଦୁଇ ଶେଷ ବର୍ଷରେ ପରିକ୍ଷା ଦେଇଛନ୍ତି । କେଉଁ କାରଣରୁ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କିଏ ହତ୍ୟା କରିଛନ୍ତି । ସଠିକ ତଦନ୍ତ କରାଗଲେ ଏହାର ସତ୍ୟାସତ୍ୟ ପଦାକୁ ଆସି ପାରିବ ବୋଲି ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି ।


