ଯୁବ ଇଣ୍ଡୋଷ୍ଟିଆଲିଷ୍ଟ ଙ୍କ କେଣ୍ଡେଲ ଶୋଭାଯାତ୍ରା

ଗଞ୍ଜାମ,(ଓ୍ବାଇଏନ୍ଏସ୍) : ସହରର ପ୍ରତିଷ୍ଠିତ ଯୁବ ଇଣ୍ଡୋଷ୍ଟିଆଲିଷ୍ଟ, ପୂର୍ବତନ ଛାତ୍ରନେତା, ୟୁଥ ଯିମ କ୍ଳବ ସଭାପତି, ସମାଜସେବୀ ଲଷ୍ମୀନାରାୟଣ ପାତ୍ର (ନାହାଣ) ଶିତଳାପଲ୍ଲୀ କୋଭିଡ଼ି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ୩୮ ବର୍ଷରେ ମୃତ୍ୟୁ ହୋଇଥିଲା । ତାଙ୍କର ଦ୍ଵାଦଶରେ ଏକ କେଣ୍ଡଲ ଶୋଭାଯାତ୍ରା ବାହାର କରାଯାଇଥିଲା । କୋଭିଡି କଟକଣା ଯୋଗୁଁ ଶ୍ରଦ୍ଧାଞ୍ଜଳି ସଭା କରାନଯାଇ ନିରବ ପ୍ରାର୍ଥନା କରାଯାଇଥିଲା ।ପାଣ୍ଡସାହି ସ୍ଥିତ ବାସଭବନ ରୁ ସମଦୁରତା ରକ୍ଷାକରି, ମାସ୍କ ପିନ୍ଧି କେଣ୍ଡଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା | ଏହି କେଣ୍ଡଲ ଶୋଭାଯାତ୍ରାରେ ୟୁଥ ଯିମ କ୍ଳବ ମେମ୍ବର, ବିଭିନ୍ନ ରାଜନୈତିକ ଦଳ ନେତୃବୃନ୍ଦ, ଗଣମାଧ୍ୟମ ପ୍ରତିନିଧି, ଶିକ୍ଷାବିତ, ସରକାରୀ ଠିକାଦାର ସଙ୍ଘ ପଣ୍ଡାସାହି ବାସିନ୍ଦା, ଙ୍କ ସମେତ ବିଭିନ୍ନ ବର୍ଗର ବେକ୍ତିବିଶେଷ ଓ ତାଙ୍କର ପରିବାର ଲୋକେ ମଧ୍ୟ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ