ଯୁବ କଂଗ୍ରେସ ପକ୍ଷରୁ ଯୋଗୀ ଆଦିତ୍ୟ ନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ

ତିର୍ତୋଲ (ଅଭିଷେକ ତ୍ରିପାଠୀ ) : ଉତ୍ତର ପ୍ରଦେଶ ହତରସ ରେ ଗଣ ବଳାତ୍କାର ପୀଡିତା ଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଙ୍କ ସହ  କଂଗ୍ରେସ କାର୍ଯ୍ୟକର୍ତା ପିଡୀତଙ୍କ ପରିବାର କୁ ଭେଟିବାକୁ ଯିବାବେଳେ ଉତ୍ତର ପ୍ରଦେଶ ପୋଲିସ ରାହୁଲ ଗାନ୍ଧୀଙ୍କୁ ଧକା ମାରି ତଳେ ପକାଇବା ଓ ଅନ୍ୟ କର୍ମକର୍ତାଙ୍କୁ ଲାଠିରେ ଆକ୍ରମଣ କରିବା ଘଟଣାକୁ ନେଇ ତିର୍ତୋଲ ଯୁବ କଂଗ୍ରେସ ପକ୍ଷରୁ ଏକ ପ୍ରତିବାଦ ରାଲି ଓ ସଭାର ଆୟୋଜନ କରାଯାଇଥିଲା | ଏହି ରାଲିରେ ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ନାରାବାଜି କରାଯିବ | ସହ ସେମାନଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା | ଏଥିରେ ତିର୍ତୋଲ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଇଂ.ବେଦଦ୍ୟୁତ ପୃଷ୍ଟି , ଜଗତସିଂହପୁର ଜିଲ୍ଲା କଂଗ୍ରେସ ସୋସିଆଲ ମିଡ଼ିଆ ସଂଯୋଜକ ଭିକି ଶର୍ମା, ଯୁବ ନେତା ସଫି ଆଜ଼ମ, ରାକେଶ ସ୍ୱାଇଁ , ଅଶ୍ୱିନୀ ସ୍ୱାଇଁ, ସରୋଜ କୁମାର ବାରିକ, ସ୍ମୃତି ରଞ୍ଜନ ସ୍ୱାଇଁ , ଆଶିଷ ମଲ୍ଲିକ ପ୍ରମୁଖ ଯୋଗ ଦେଇ ଉତ୍ତରପ୍ରଦେଶ ସରକାର ଓ ପୋଲିସ ର ଗୁଣ୍ଡାଗିରି ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ