ଯୁବ ଦିବସରେ ଗ୍ରାସୀମ ପକ୍ଷରୁ ସମୁଦ୍ର ବେଳାଭୂମି ସଫେଇ

ଗଂଜାମ, (ବିନୋଦ ପଲାଇ):ସମୁଦ୍ର ବେଳାଭୂମିରେ ପଡିଥିବା ପ୍ଲାଷ୍ଟିକ ଗୁଡି଼କ ବାହାର କରି ଯୁବ ଦିବସ ତଥା ବିବେକାନନ୍ଦ ଙ୍କ ୧୬୦ ତମ ଜୟନ୍ତୀ ଅବସରରେ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ଗଂଜାମ ସହର ଗ୍ରାସୀମ ଇଣ୍ଡୋଷ୍ଟିଜ।ସମୁଦ୍ର ବେଳା ଭୂମିରେ କୁଢ଼ କୁଢ଼ ପଡିରହିଥିବା ପ୍ଲାଷ୍ଟିକ ଆବର୍ଜନା ଗୁଡିକୁ ସଫେଇ କରିବା ସଚେତନତା ଉଦ୍ଦେଶ୍ୟରେ ଗଂଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୋଡ଼ମପେଟା  ସମୁଦ୍ର ବେଳାଭୂମିରେ ଆଜି ଗ୍ରାସୀମ ଇଣ୍ଡୋଷ୍ଟିଜର ଜିଏମ ରବୀନ୍ଦ୍ର କୁମାର ମହାନ୍ତିଙ୍କ ତତ୍ତ୍ୱାବଧାନରେ ୟୁନିଟ ମୁଖ୍ୟ ଅଶୋକ ଗୁପ୍ତା ଯୋଗଦେଇ ଉତ୍ସହିତ କରିବା ସହ ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ଯେଉଁ ଭୟଙ୍କର ପ୍ରଦୂଷଣ ହେଉଛି ତାକୁ ରୋକିବା ଆଜିର ସମୟରେ ଏକ ଆହ୍ବନ ବୋଲି କହିବା ସହ ନିଜେ ସଫେଇରେ ସାମିଲ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଫାଇନେସ ମୁଖ୍ୟ ହରି ଶରଣ ଶର୍ମା , ହେଚଆର ମୁଖ୍ୟ ନିରୋଜ ପଟ୍ଟନାୟକ,, ପ୍ରମୁଖଙ୍କ ସମେତଇଞ୍ଜିନିୟର, ହେଚଆର, ଫାଇନେସ , ମେଟ୍ରିଆଲ ଷ୍ଟାଫ ସାମିଲ ହୋଇଥିଲେ। ଏହିଭଳି ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ପୋଡମପେଟା ଓ ଗୋଖରକୁଦା ଗ୍ରାମବାସୀ ସହଯୋଗ କରିବା ସହ ପ୍ରଶଂସା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ