ଯୁବ ରେଡକ୍ରସ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍):ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟ ର ଯୁବ ରେଡକ୍ରସ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଯୁବ ରେଡକ୍ରସ ଅନୁଷ୍ଠାନର ପରାମର୍ଶଦାତା ମନୋରଞ୍ଜନ ମହାରଣା ଉକ୍ତ ରକ୍ତଦାନ ଶିବିରକୁ ପରିଚଳନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ପିଙ୍କି ରାଣୀ ଦେଇ ଉଦଘାଟନ କରିଥିଲେ। ବ୍ଲଡ଼ ବ୍ୟାଙ୍କ ତରଫରୁ ଡ଼ ରଶ୍ମିତା ପାଣିଗ୍ରାହୀ ତାଙ୍କର ଟିମ ସହ ଉପସ୍ଥିତ ଥିଲେ। ବୁଦୁରାମ ସିଂ, ଶ୍ରୀ ପ୍ରଭାକର ପାଢ଼ୀ, ସର୍ବେଶ୍ୱର ନାୟକ ସମେତ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପିକା , ଅଧ୍ୟାପକ ଓ ତାପସ ରଞ୍ଜନ ରଥ, ରଞ୍ଜିତ୍ କୁମାର ପଣ୍ଡା,କୁକୁନ୍ ମିଶ୍ର ଙ୍କ ସମେତ ବହୁ ରେଡକ୍ରସ୍ ଭଲ୍ୟୁଣ୍ଟର୍ ଏବଂ ଏନ୍•ସି•ସି ଛାତ୍ରଛାତ୍ରୀ ମାନେ ସହଯୋଗ ପ୍ରଦାନ କରିଥିଲେ। ଏହି ଅବସରରେ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଆଗ୍ରହର ସହ ରକ୍ତ ଦାନ କରିଥିଲେ ଏବଂ ୩୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଐଶ୍ୱର୍ୟା ରାଉତ, ସୋନାଲି ବେହେରା, ଗଣେଶ ବେହେରା,ସତ୍ୟଜିତ୍ ପଟ୍ଟନାୟକ,ବର୍ଷା ପ୍ରିୟଦର୍ଶିନୀ ସମେତ ଅନେକ ଛାତ୍ରଛାତ୍ରୀ ରକ୍ତଦାନ କରିଥିଲେ।