ଯୁବ ସାମ୍ବାଦିକ ଙ୍କ ମୃତ୍ୟୁ ରେ ଉତ୍କଳ ସାମ୍ବାଦିକ ସଂଘର ଶ୍ରଦ୍ଧାଞ୍ଜଳି

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଖବର ସଂଗ୍ରହ କରିବାକୁ ସାଥୀ ସାମ୍ବାଦିକ ଙ୍କ ସହ ଯାଉଥିବା ବେଳେ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ସମ୍ବେପଦର ଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଜଣା ବୋଲେରୋ ଧକ୍କାରେ ଫୁଲବାଣୀ ଅଞ୍ଚଳର ଯୁବ ସାମ୍ବାଦିକ ବିକାଶ ମିଶ୍ର ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ସାଥୀ ସାମ୍ବାଦିକ ବିକାଶ ଦିଗାଲ ଗୁରୁତର ଆହତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ବିକାଶ ମିଶ୍ରଙ୍କ ତିରୋଧାନ ଆଜି ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବାଉଁଶଲୁଣ୍ଡି ସ୍ଥିତ ରାଧାକୃଷ୍ଣ ପାଠାଗାର ଠାରେ ସଭାପତି ପ୍ରଦୀପ କୁମାର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସ୍ବର୍ଗତ ବିକାଶ ମିଶ୍ର ଙ୍କ ଆତ୍ମା ର ସଦଗତି କାମନା ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ପରେ ଜିଲ୍ଲା ସମ୍ପାଦକ ଜୟକୃଷ୍ଣ ପଟ୍ଟନାୟକ, ଉପସଭାପତି ଅମରେନ୍ଦ୍ର ପଟ୍ଟନାୟକ,ସମ୍ପାଦକ ନଚିକେତା ପ୍ରଧାନ,ସହ ସମ୍ପାଦକ ଚିନ୍ମୟ ବେବର୍ତ୍ତା,କୋଷାଧ୍ୟକ୍ଷ ଗିରିସ ସାହୁ,ବ୍ଳକ ସଂଯୋଜକ ପୁରୁଷୋତ୍ତମ ମହାପାତ୍ର, ରାଧାକୃଷ୍ଣ ପାଠାଗାର ସଭାପତି ନିରଞ୍ଜନ ପ୍ରଧାନ, ଶ୍ରମିକ କର୍ମଚାରୀ ସଂଘ ସମ୍ପାଦକ ହରେକୃଷ୍ଣ ସାହୁ ଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ରହି ସ୍ବର୍ଗତ ବିକାଶ ମିଶ୍ରଙ୍କ ସ୍ମୃତି ଚାରଣ ସହ ତାଙ୍କର କର୍ତ୍ତବ୍ୟ ବୋଧ ଓ ତ୍ୟାଗ ସଂପର୍କରେ ଆଲୋଚନା କରିଥିଲେ । ସଭାପତି ଶ୍ରୀ ସ୍ବାଇଁ ସାମ୍ବାଦିକତା ପାଇଁ ସମର୍ପିତ ସ୍ବର୍ଗତ ଯୁବ ଉଦୀୟମାନ ସାମ୍ବାଦିକ ବିକାଶଙ୍କ ସ୍ଥାନ ଅପୂରଣୀୟ ବୋଲି କହିଥିଲେ । ଶେଷରେ ନିଲୁ ବିଷୋୟୀ ଧନ୍ୟବାଦ ଅର୍ପଣ ପରେ ଶୋକସଭା ଶେଷ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ