ଦୁର୍ଘଟଣାରେ ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତା ଦାବି କଲା ଉତ୍କଳ ସାମ୍ବାଦିକ ସଂଘ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସଡ଼କ ଦୁର୍ଘଟଣାରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରାଣ ହରାଇଥିବା ଫୁଲବାଣୀ ଅଞ୍ଚଳର ଯୁବ ସାମ୍ବାଦିକ ବିକାଶ ମିଶ୍ର ଙ୍କ ପରିବାରକୁ ସ୍ୱତନ୍ତ୍ର ଭାବେ ସରକାରୀ ସହାୟତା ଯୋଗାଇଦେବାକୁ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ଦାବି କରିଛି । ଏମର୍ମ ରେ ସଂଘ ପକ୍ଷରୁ ରାଜ୍ୟପାଳ ଙ୍କ ଉଦେଶ୍ୟ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଶାସନ ତରଫରୁ ଘଟଣାର ଟିକିନିଖି ତଦନ୍ତ ସହ ସମାଜ ପ୍ରତି ଶ୍ରମଦାନ କରୁଥିବା ସାମ୍ବାଦିକ ଙ୍କୁ ଅନୁଦାନ ପ୍ରଦାନ ପାଇଁ ସଂଘ ଦାବିପତ୍ର ରେ ଉଲ୍ଲେଖ କରିଛି । ସଭାପତି ପ୍ରଦୀପ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ କାଯ୍ୟାଳୟ ଏସଷ୍ଟାବ୍ଲିସମେଣ୍ଟ ଅଫିସର ଅନୀଲ କୁମାର ପଣ୍ଡା ଦାବିପତ୍ର ଗ୍ରହଣ କରିଥିଲେ । ଏଥିରେ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସମ୍ପାଦକ ଜୟକୃଷ୍ଣ ପଟ୍ଟନାୟକ, ଉପସଭାପତି ଅମରେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ନଚିକେତା ପ୍ରଧାନ, ବ୍ଳକ ସଂଯୋଜକ ପୁରୁଷୋତ୍ତମ ମହାପାତ୍ର ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ