ଯୋଗାସନରେ ପ୍ରତିଭା ଦେଖାଇଲେ ଛାତ୍ରୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡ଼ାର ଶ୍ରୀ ଯୋଗ ବେଦାନ୍ତ କଳା ନିକେତନର ଛାତ୍ରୀମାନେ ଯୋଗାସନରେ ନିଜର ପ୍ରତିଭା ଦେଖାଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କାକଟ ସ୍ଥିତ ସ୍ୱୟଂ ସେଲିବ୍ରେସନ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ଏଥିରେ କଳା ନିକେତନର ଛାତ୍ରୀ ଟ୍ୱିଙ୍କଲ ସ୍ୱାଇଁ, ଅର୍ପିତା ସ୍ୱାଇଁ ଓ ଶ୍ରେୟା ନାୟକ ପ୍ରମୁଖ ସୁନ୍ଦର ଓ ଆକର୍ଷଣୀୟ ଯୋଗାସନ କରିଥିଲେ । ଯାହା ଅତିଥିମାନଙ୍କୁ ବିମୋହିତ କରିଥିଲା । ଯୋଗ ଶିକ୍ଷକ ସଞ୍ଜୟ ମଥାନଙ୍କ ନିର୍ଦେଶରେ ଛାତ୍ରୀମାନେ ଏଭଳି ସୁନ୍ଦର ଯୋଗାସନ ପ୍ରଦର୍ଶନ କରିଥିଲେ । ଏଥିରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ମଙ୍ଗଳ ଅଧିକାରୀ ମମତାରାଣୀ ପରିଡ଼ା, ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ