ଯୋଗୀଙ୍କ ଘୋଷଣା ଜୁନ ୧ ରୁ କ୍ୟାବିନେଟ ବୈଠକକୁ ମୋବାଇଲ ନେବା ମନା
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ନେଇଛନ୍ତି । କ୍ୟାବିନେଟ ବୈଠକ ସମୟରେ ମନ୍ତ୍ରୀ ଙ୍କୁ ମୋବାଇଲ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଯୋଗୀ ଜୁନ ପ୍ରଥମ ପହିଲା ୧ ତାରିଖ ଠାରୁ ଏହି ନିଷ୍ପତ୍ତି ନେଇଛନ୍ତି । ବୈଠକ ସମୟରେ କଲ ଆସିବା ଫଳରେ ବୈଠକରେ ବାଧା ଉପୁଜିବା ସଂଗେ ସଂଗେ ମନ୍ତ୍ରୀ ମାନେ ମେସେଜ ପଢିବାରେ ବ୍ୟସ୍ତରହିଯାନ୍ତି । ପୂର୍ବରୁ ମନ୍ତ୍ରୀ ମାନେ ମୋବାଇଲ ନେବରେ କୈାଣସି କଟକଣା କରିନଥିବା ବେଳେ ଜୁନ ୧ ରୁ ଯୋଗି ଏଭଳି ନିଷ୍ପତ୍ତି ନେଇଛନ୍ତି ।ଯାହା ଫଳରେ ଗୁପ୍ତ ତଥ୍ୟ ବା ଡାଟା ଚୋରୀ ହେବା ହ୍ରାସ ପାଇବ । ମନ୍ତ୍ରୀ ମାନଙ୍କ ସୁବିଧା ପାଇଁ ବାହାରେ ମୋବାଇଲ ରଖି ଟୋକେନର ବ୍ୟବସ୍ଥା କରାଯାଇଛି । ମନ୍ତ୍ରୀ ମାନଙ୍କର ଯେଉଁ ପରି କିଛି ଅସୁବିଧା ନହୁଏ ସେଥିପାଇଁ ମଧ୍ୟ ସାଧାରଣ ପ୍ରଶାସନ ବିଭାଗକୁ ଦାଇ୍ତ୍ୱ ଦିଆଯାଇଛି ।