ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ମିଳିଛି। ଯୋଗୀଙ୍କୁ ବୋମା ବିସ୍ଫୋରଣ କରି ଉଡ଼ାଇଦେବାକୁ କେହି ଦୁର୍ବୃତ୍ତ ଧମକ ଦେଇଛି। ଶୁକ୍ରବାର ସକାଳେ ଏ ନେଇ ଏକ ଧମକପୂର୍ଣ୍ଣ ମେସେଜ ମିଳିଛି। ଦୁର୍ବୃତ୍ତ ଜଣକ ଡାଏଲ ୧୧୨ର ସୋସିଆଲ ମିଡିଆ ଡେସ୍କ ହ୍ବାଟ୍ସଆପ୍‌ରେ ଏହି ମେସେଜ ଆସିଛି। ଯୋଗୀ ଆଦିତ୍ୟନାଥ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପ୍ରତି ବିପଦ ବୋଲି ଦର୍ଶାଇ ବୋମା ବିସ୍ଫୋରଣ ଜରିଆରେ ତାଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି। ଏ ନେଇ ଗୋମତି ନଗର ଥାନାରେ ଏତଲା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ