ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ନିଶାମୁକ୍ତି ଅଭିଯାନ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲା ଯୋଡା ସହରସ୍ଥିତ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ଯୋଡା ଶାଖା ପକ୍ଷରୁ ସନ୍ଥ ଶ୍ରୀ ଆଶାରାମ ବାପୁଙ୍କ ୫୬ତମ ଆତ୍ମ ସାକ୍ଷାତକାର ଦିବସ ଉପଲକ୍ଷେ ସୋମବାର ଏକ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୋଡାସ୍ଥିତ ତଲକ ହଟିଂଠାରେ ଥିବା ବାଳ ସଂସ୍ଥା କେନ୍ଦ୍ରର ଶତାଧିକ ବିଦ୍ୟାର୍ଥୀଙ୍କ ଦ୍ୱାରା ଏକ ନିଶାମୁକ୍ତି ଅଭିଯାନର ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏଥିରେ ଯୋଗ ବେଦାନ୍ତ ସଭାସମିତିର ସଦସ୍ୟାସଦସ୍ୟ ମାନେ ଉପସ୍ଥିତ ରହି ଧୁମ୍ରପାନ ଓ ତମାଖୁ ସେବନର କୁପରିଣାମ , ଡ୍ରଗ୍ସ ସେବନ ମୃତ୍ୟୁର ଆମନ୍ତ୍ରଣ ପ୍ରଭୃତି ନିଶା ସେବନ ଦ୍ୱାରା ସମାଜରେ କିପରି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ଏନେଇ ସଚେତନତା କରାଯାଇଥିଲା । ବାଳ ସଂସ୍ଥା କେନ୍ଦ୍ରଠାରେ ଏକ ସତସଙ୍ଗ କାର୍ଯ୍ୟକ୍ରମର ଆୟୋନଜ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନଙ୍କୁ ଯୋଗାସନ ଓ ପ୍ରାଣାୟମ ସମ୍ବନ୍ଧରେ ପ୍ରଶୀକ୍ଷଣ ଦିଆଯାଇଥିଲା । ସମିତି ପକ୍ଷରୁ ପ୍ରସାଦ ସେବନର ଆୟୋଜନ କରାଯାଇଥିବା ସମିତିର ସଭାପତି ପ୍ରକାଶ କୁମାର ମହାପାତ୍ର ସୂଚନା ଦେଇଥିଲେ । ଏହି ନିଶାମୁକ୍ତି ଅଭିଯାନ ତଥା ସଚେତନତା କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ସହରରେ ବ୍ୟାପକ କରାଯିବ ବୋଲି ସମିତିର ସଂପାଦକ ରଶ୍ମୀ ରଂଜନ ସାହୁ ପ୍ରକାଶ କରିଛନ୍ତି ।
Very good. We everybody should do something good for our beloved JODA.