ଯୋଗ ମହୋତ୍ସବ ସମିତି, ବାଲେଶ୍ୱରର ଯୋଗଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ଆନ୍ତର୍ଜାତିକ ଯୋଗଦିବସ ଜୁନ୍ ୨୧ ତାରିଖକୁ ସୁଚାରୁରୂପେ ପାଳନ କରିବା ପାଇଁ ଯୋଗ ମହୋତ୍ସବ ସମିତି, ବାଲ୍ୱେର ଆନୁକୂଲ୍ୟରେ ଏକ ଯୋଗ ଶିବିର ପୋଲିସ୍ ଲାଇନ୍ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ୨୬,୨୭ ଓ ୨୮ ତାରିଖ ତିନିଦିନ ଧରି ବାଲେଶ୍ୱର ପୋଲିସ୍‌ର ଦକ୍ଷତା ବୃଦ୍ଧି ନିମିତ୍ତ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦିବସର ପ୍ରଟୋକଲ୍ ଯୋଗଗୁଡ଼ିକ ପ୍ରଦର୍ଶିତ ହୋଇଥିଲା । ବାଲେଶ୍ୱରର ଶହ ଶହ ପୋଲିସ୍ ଶିବିରରେ ଭାଗନେଇ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମ ଶିକ୍ଷା ଗ୍ରହଣ କରିଥିଲେ । ଯୋଗ ମହୋତ୍ସବ ସମିତିର ଜିଲ୍ଲା ସଭାପତି ସୁଜିତ୍ କୁମାର ଜେନା, ଉପସଭାପତି ଦମୟନ୍ତୀ ମହାପାତ୍ର, ଯୁଗ୍ମ ସମ୍ପାଦକ ସଞ୍ଜିବ କୁମାର ତାଲଦି, ସଭ୍ୟ ହରିହର ସାହୁ, ସଭ୍ୟା ଗୀତାରାଣୀ ବାରିକ, ସଭ୍ୟା ସ୍ନେହଲତା ଦାସ ପ୍ରଭୃତି ଯୋଗ ପ୍ରଶିକ୍ଷକମାନେ ଯୋଗଶିକ୍ଷା ପ୍ରଦାନ କରିଥିଲେ । ରିଜର୍ଭ ପୋଲିସ୍ ଇନିସ୍‌ପେକ୍‌ଟରଙ୍କ ତତ୍ତ୍ୱାବଧାନରେ ଏହି ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ