ସ୍ଥାୟୀ ନିଯୁକ୍ତି ନେଇ ଜୁନ ୭ରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ରାଜ୍ୟ ଗ୍ରାଜୁଏଟ ଠିକା ମହିଳା ପରିଦର୍ଶିକା ସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାୟୀ ନିଯୁକ୍ତି ଦାବିରେ ଅଲ୍ ଓଡ଼ିଶା ଗ୍ରାଜୁଏଟ ଠିକା ମହିଳା ପରିଦର୍ଶିକା ସଂଘ ଆସନ୍ତା ୭ ଜୁନ୍‌ର ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୋମବାର ଦିନ ଭୁବନେଶ୍ୱରସ୍ଥିତ ବୁଲନ ଭାଇ ସେବା ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ଆବାହକ ବିଜୟଲକ୍ଷ୍ମୀ ଗୌଡ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦିକା ଅଞ୍ଜନା ବାରିକ, ସୁଶ୍ରୀ ସାମନ୍ତରାୟ ଓ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଦୁଃଖ ଓ ପରିତାପର ବିଷୟ ଯେ ସ୍ଥାୟୀ ନିଯୁକ୍ତି ଦାବିରେ ମିହଳା ଶିଶୁ ବିକାଶ ପରିଦର୍ଶିକାମାନେ ପୂର୍ବରୁ ୦୮.୧୧.୨୦୨୧ରେ ଖରାବର୍ଷାକୁ ଖାତିର ନକରି ପ୍ରାୟ ଏକମାସ ଧରି ମହାତ୍ମା ଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିଥିଲେ । ରାଜ୍ୟ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜୁ ସାମ୍ମୁଖ୍ୟ ତଥା କଟକ ମେୟର ସୁବାସ ସିଂଙ୍କ ଉପସ୍ଥିତିରେ ତିନିମାସ ଭିତରେ ସ୍ଥୟୀ କରାଯିବ ବୋଲି ମହିଳା ପରିଦର୍ଶିକାମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତିକୁ ରକ୍ଷା କରି ମହିଳା ପରିଦର୍ଶିକମାନେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ । ମାତ୍ର ଏକବର୍ଷରୁ ଉର୍ଦ୍ଧ୍ୱ ସମୟ ଅତିବାହିତ ହୋଇଥିଲେ ମଧ୍ୟ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି । ଏହାପରେ ମହିଳା ପରିଦର୍ଶିକାଙ୍କ ଏକ ସ୍ୱତନ୍ତ୍ର ଦଳ ଗତ ତା ୧୭.୧୦.୨୦୨୨ରିଖେରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ମହାପାତ୍ର ଓ ବିଭାଗୀୟ ସଚିବ ଶ୍ରୀମତୀ ଶୋଭା ଶର୍ମାଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ । ଦାବି ଅନୁଯାୟୀ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ସ୍ଥାୟୀ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ସରକାରଙ୍କ ସମସ୍ତ କାର୍ଯ୍ୟଭାର ଠିକା ପରିଦର୍ଶିକାମାନେ ଦୀର୍ଘ ୧୫ ବର୍ଷ ଧରି ସୁଚାରୁ ରୂପେ ସମ୍ପାଦନ କରି ଆସୁଛନ୍ତି । ସରକାର ସମସ୍ତ ବିଭାଗର ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ କରିଥିବା ବେଳେ ମହିଳା ଠିକା ପରିଦର୍ଶିକାମାନେ ସ୍ଥାୟୀ ନିଯୁକ୍ତିରୁ ବଞ୍ôଚତ ହୋଇଛନ୍ତି । ବର୍ତ୍ତମାନ ଶିଶୁ ବିକାଶ ବିଭାଗର ମହିଳା ଠିକା ପରିଦର୍ଶିକାମାନେ ପଛୁଆବର୍ଗ ସର୍ଭେରେ ନିୟୋଜିତ ହୋଇ ସୁଚାରୁ ରୂପେ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଜୁନ୍ ମାସ ୬ ତାରିଖ ସୁଦ୍ଧା ମହିଳା ପରିଦର୍ଶିକାମାନଙ୍କୁ ସ୍ଥାୟୀ କରିବା ପାଇଁ ଘୋଷଣା ନ କରନ୍ତି, ତେବେ ବାଧ୍ୟ ହୋଇ ଠିକା ମହିଳା ପରିଦର୍ଶିକାମାନେ ନ୍ୟାର୍ଯ୍ୟ ଦାବି ନେଇ ଜୁନ୍ ୭ ତାରିଖରୁ ମହାତ୍ମା ଗାନ୍ଧୀ ମାର୍ଗରେ ଗଣଧାରଣା ଦେବେ ବୋଲି ଶ୍ରୀମତୀ ଗୌଡ଼ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ