ଯୋଗ ସମ୍ପର୍କିତ ଭ୍ରମ ଧାରଣା

ଯୋଗ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପାଦେୟ । ଯୋଗକୁ ସହଜ ଏବଂ ସରଳ କରିବାକୁ ହେଲେ ଗୁରୁଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯୋଗଗୁରୁ ଉପଯୁକ୍ତ ଶିକ୍ଷା ଦେଇ ବହୁ ଉପାଦେୟ ପ୍ରକ୍ରିୟା ଘରେ ପହଞ୍ଚାଇଥାଆନ୍ତି । ମାତ୍ର ଅଧିକାଂଶ ଲୋକଙ୍କର ଯୋଗକୁ ନେଇ କେତେକ ଭ୍ରାନ୍ତ ଧାରଣା ଥାଏ । ଯେଉଁ କାରଣରୁ ଯୋଗ କରିବାକୁ ସହଜ ମନେକରନ୍ତି ନାହିଁ ।
ଅଧିକାଂଶ ଲୋକଙ୍କର ଏଭଳି ଭାବନା ରହିଛି ଯେ, ପାରମ୍ପରିକ ଯୋଗ କରିବା ଦ୍ୱାରା ମୋଟାପଣ ଓ ଓଜନ କମେନାହିଁ । କିନ୍ତୁ ଯଦି କିଛି ଉପାୟରେ ଗୁରୁଙ୍କ ସାହାଯ୍ୟରେ ଯୋଗ କରାଯାଏ ତେବେ କୌଣସି ଖରାପ ପ୍ରଭାବ ବିନା ଏହା ଶରୀରର ଓଜନ କମେଇବାରେ ଖୁବ୍ ବେଶୀ ସାହାଯ୍ୟ କରିବ ।
ଯୋଗ କେବଳ ମହିଳାଙ୍କ ପାଇଁ ଉପାଦେୟ ବୋଲି ଅନେକ ଭାବନ୍ତି । ମାତ୍ର ଏହା ଉଭୟ ମହିଳା ଓ ପୁରୁଷ କରିପାରିବେ । ଆଜିକାଲି ଅଧିକାଂଶ ପୁରୁଷ ଯୋଗଗୁରୁ ତାଲିମ ଦେଉଛନ୍ତି । ଯୋଗକୁ ଆପଣେଇବା ପାଇଁ କୌଣସି ଧର୍ମ, ଜାତି ଓ ଲିଙ୍ଗ କିମ୍ବା ବୟସର ଭେଦଭାବ ନଥାଏ । ଯୋଗ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଖୋଲା ବିଚାରଧାରା ।
ଯୋଗ ଏକ ଏଭଳି କଳା ଯାହାକୁ ଲଗାତାର କରିବା ଦ୍ୱାରା ଶରୀରର ନମନୀୟତା ସ୍ୱତ୍ତଃ ଆସିଯାଏ ।
ଯୋଗ କେବଳ ଏକ ବ୍ୟାୟାମ ନୁହେଁ ଯାହା ଶରୀରର ଓଜନ କମାଏ । ଏଥିସହ ଶାରୀରିକ, ମାନସିକ ଓ ଭାବନାତ୍ମକ ଆରାମ ମିଳିଥାଏ ।
ଅନେକଙ୍କର ଧାରଣା ରହିଛି ଯେ, ଯୋଗର ସମ୍ବନ୍ଧ କେବଳ ହିନ୍ଦୁ ଧର୍ମ ସହ ରହିଛି । କିନ୍ତୁ ଯୋଗ ସଠିକ୍ ମାର୍ଗରେ ତଥା ନିରୋଗ ଭାବେ ଜୀବନ ବିତେଇବା କଳା ଶିଖେଇଥାଏ । ଏହା କୌଣସି ଧର୍ମ ସହ ସଂଶ୍ଲିଷ୍ଟ ନୁହେଁ । ଏଥିପାଇଁ ବିଦେଶରେ ବି ଯୋଗକୁ ଅନେକ ଲୋକ ଆପଣେଇବା ସହ ଅଭ୍ୟାସ କରୁଛନ୍ତି ।
ଗର୍ଭବତୀ ମହିଳା ଯୋଗ ନକରିବାକୁ ଅନେକ ପରାମର୍ଶ ଦେଇଥାଆନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍ ଧାରଣା । ଗର୍ଭବତୀ ମହିଳା ଯୋଗ କରିବା ପୂର୍ବରୁ କୌଣସି ଗୁରୁଙ୍କ ସାହାଯ୍ୟ ନେବା ଆବଶ୍ୟକ । ଆଜିକାଲି ବହୁତ ଯୋଗ କିମ୍ବା ଆସନ ଏଭଳି ଭାବେ କରାଯାଇପାରିବ ଯାହା ଗର୍ଭବତୀ ମହିଳା ସହଜରେ କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ