ଯୋଶଦା ଫାଉଣ୍ଡେସନ ପକ୍ଷରୁ ଗରୀବ ଅସହାୟ ଝିଅ ବିବାହ ନିମନ୍ତେ ସହାୟତା
ଛତ୍ରପୁର, (ୱାଇଏନ୍ଏସ୍): ଯୋଶଦା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଜଣେ ଗରୀବ ଅସହାୟ ପରିବାରଙ୍କୁ ସହୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ନେତୃତ୍ୱରେ ଜଗତପଲ୍ଲୀଗ୍ରାମର ଧୋବଣୀ ପ୍ରଧାନଙ୍କ ଝିଅ ଆଶାରାଣୀ ପ୍ରଧାନଙ୍କ ବାହାଘର ନିମନ୍ତେ ଷ୍ଟିଲ ବାସନ ସାମଗ୍ରୀ ସେଟ୍ ପ୍ରଦାନ କରାଯାଇଛି । ଏହା ପ୍ରଦାନ ବେଳେ ସ୍ୱେଚ୍ଛାସେବୀ ସୁଦେଷ୍ଣା ସାହୁ ଓ ପୁଷ୍ପାଜଂଳୀ ସାହୁ ସହ ଯୋଗ କରିଥିଲେ ।
ସୂଚନା ଯୋଗ୍ୟ ଯେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀପଲ୍ଲୀ ପଞ୍ଚାୟତ ଅଧିନସ୍ଥ ଜଗତପଲ୍ଲୀ ଗ୍ରାମର ଧୋବଣୀ ପ୍ରଧାନଙ୍କ ବଡଝିଅ ଆଶାରାଣୀ ପ୍ରଧାନଙ୍କ ବାହାଘର ନିମନ୍ତେ ଆର୍ଥିକ ପରିସ୍ଥିତି ଦୁର୍ବଳ ଥିବା ହେତୁ ସେ ଜଗତପଲ୍ଲୀ ଗ୍ରାମରେ ଥିବା ଦକ୍ଷିଣକାଳୀ ମହିଳା ସଂଘର ସଭାପତି ସୁଷମା ଓ ସଂଘର ଅନ୍ୟ ସଭ୍ୟାମାନେ ଗଂଜାମ ସ୍ଥିତ ଯୋଶଦା ଫାଉଣ୍ଡେସନକୁ ଜଣାଇଥିଲେ । ଯୋଶଦା ଫାଉଣ୍ଡେସନ ତାଙ୍କର ଅନୁରୋଧ ରକ୍ଷା କରି ଟ୍ରଷ୍ଟି ପକ୍ଷରୁ ଷ୍ଟିଲ ବାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା ।