ଯୌତୁକ ଜନିତ ହତ୍ୟା ଅଭିଯୋଗ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌):ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବାଲିବିରି ଗ୍ରାମରେ ବିବାହିତା ମହିଳାଙ୍କୁ ଯୈାତୁକ ପାଇଁ ହତ୍ୟା କରିଥିବା ମୃତ ଭଉଣୀର ଭାଇ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ବନ୍ତ ବ୍ଲକ ରାମପୁର ଗ୍ରାମର ଚକ୍ରଧର ମଳିକଙ୍କ ଝିଅ ମାନସୀ ଗତ ୨୬ ମେ ୨୦୧୯ ରିଖରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବାଲିବିଲି ଗ୍ରାମର ଉମାକାନ୍ତ ମଳିକଙ୍କ ପୁଅ ଯଶୋବନ୍ତଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ବେଳେ ଦାବୀ ମୁତାବକ ନଗଦ ଏକ ଲକ୍ଷ ଟଙ୍କା ସମେତ ସୁନାଗହଣା ଓ ସମସ୍ତ ଆସବାବପତ୍ର ଦିଆଯାଇଥିଲା । ମାତ୍ର ବିବାହର କିଛି ଦିନ ପରେ ଅଧିକ ଯୌତୁକ ଦାବୀ କରି ସ୍ୱାମୀ, ଶାଶୁ, ଶ୍ୱଶୁର, ଦିଅର ଓ ବଡ ନଣନ୍ଦ ମାନସୀଙ୍କୁ ନିର୍ଯ୍ୟାତନା ଦେଇଆସୁଥିଲେ । ଜୀବନ ଭୟରେ ମାନସୀ ଏକ ମାସ ହେବ ବାପ ଘରେ ଆସି ରହୁଥିଲେ । ଗତ ୪ ଦିନ ତଳେ ମାନସୀଙ୍କୁ ତାଙ୍କ ସ୍ୱାମୀ ଆସି ନେଇଯାଇଥିଲେ । ଗତ ୧୪ ତାରିଖରେ ସେମାନେ ମାନସୀକୁ ମାରିଦେଇ ଡାକ୍ତରଖାନାକୁ ଆସିଥିଲେ । ଡାକ୍ତରଖାନାରେ ମାନସୀଙ୍କ ବଡ ଭିଣୋଇ ଘଟଣା ସଂପର୍କରେ ଜାଣି ଶ୍ୱଶୁର ଘରକୁ ଖବର ଦେଇଥିଲେ । ଫଳରେ ମାନସୀର ପରିବାରଲୋକେ ଡାକ୍ତରଖାନା ଯାଇ ଘଟଣା ସଂପର୍କରେ ଜାଣିଥିଲେ । ମାନସୀକୁ ତାର ଶୁଶୁରଘର ଲୋକେ ମାରିଦେଇଥିବା ନେଇ ମାନସୀର ଭାଇ ଶ୍ରୀକାନ୍ତ ମଳିକ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ ନଂ-୬୧୩/୧୯ ମାମଲା ରୁଜ୍ଜୁ କରି ସ୍ୱାମୀ ଓ ଦିଅରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ