ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ : ସ୍ୱାମୀ ଓ ଶଶୁର ଅଟକ
ହିଂଜିଳିକାଟୁ, (ଶେଷଦେବ ସାହୁ): ଯୌତୁକ ଏକ ସାମାଜିକ ବ୍ୟାଧି । ଯୌତୁକ ନେବା ଓ ଦେବା ଅପରାଧ ବୋଲି ବିବେଚନା କରାଯାଇଥିଲେ ମଧ୍ୟ, ସରକାରାଙ୍କ ସମସ୍ତ ନିୟମ କେବଳ କାଗଜ କଲମରେ ମଧ୍ୟରେ ସିମୀତ ରହିଯାଉଥିବା ଦେଖିବାକୁ ମିଳିଛି । ଆଜିର ସମାଜରେ ଯୌତୁକ ଏକ କଳଙ୍କିତ ଅଧ୍ୟାୟ ରୂପେ ଦେଖାଦେଇଛି । ଯୌତୁକ ଭଳି କଳଙ୍କିତ ରାକ୍ଷାସ ଯୋଗୁଁ ବହୁ ସମୟରେ ନବନବଧୂ ମାନଙ୍କୁ ମରଣ ମୁହଁକୁ ଚାଲିଯାଉଥିବା ଦେଖିବାକୁ ମିଳୁଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ହିଂଜିଳି ଥାନା ଅଂଚଳରେ ଦେଖିବାକୁ ମିଳିଛି । ହିଂଜିଳି ଥାନା ବାଦିଆମ୍ବଗାଁରେ ଶନିବାର ଦିନ ଼ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଶଶୁର ଘର ଲୋକେ ଅଧିକ ଯୌତୁକ ଦାବୀ କରି ବୋହୁକୁ ମାରି ଦେଇଥିବା ନେଇ ଝିଅର ବାପା ଏ ନେଇ ହିଂଜିଳି ଥାନାରେ ଅଭିଯୋଗ କରିଛନ୍ତି । ହତ୍ୟାର ଶିକାର ପାଲଟିଛନ୍ତି ହିଂଜିଳି ଥାନା ବାଦିଆମ୍ବଗାଁର ନିଳାଚଂଳଙ୍କ ସ୍ତ୍ରୀ ବାସନ୍ତି ସାହୁ (୨୨) । ଏ ନେଇ ନଂ- ୧୨୧/୧୯ ରେ ଏକ ମାମଲା ରୁଜୁ କରି ପୋଲିସ ନବବଧୁର ଶବକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଯାଇଥିବା ବେଳେ ସ୍ୱାମୀ ନିଳାଂଚଳ ଓ ଶଶୁର କାଙ୍ଗାଳିଙ୍କୁ ଅଟକ ରଖି ପଚରା ଉଚରା କରି ଘଟଣାର ତଦନ୍ତ ଚଲାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।
ପ୍ରକାଶ ଯେ, ଗତ ୨୦୧୮ ଏପ୍ରିଲ ୨୭ ତାରିଖରେ ହିଂଜିଳି ଥାନା ବାଦିଆମ୍ବଗାଁର କାଙ୍ଗାଳି ସାହୁଙ୍କ ପୁଅ ନିଳାଚଂଳ ସହ ଗୋଳନ୍ଥରା ଥାନା ପାରାପେଣ୍ଠ ଗ୍ରାମର ଦୟାନିଧି ସାହୁଙ୍କ ଝିଅ ବାସନ୍ତି ସହ ବାହାଘର ହୋଇଥିଲା । ବିବାହାର କିଛି ମାସ ପରେ ଅଧିକ ଯୌତୁକ ଦାବୀ କରି ସ୍ୱାମୀ, ନବନବଧୁୂଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି । ଶନିବାର ସକାଳ ପ୍ରାୟ ୧୦ ଟାରେ ବାସନ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ଶଶୁର ଘର ଲୋକେ ଝିଅର ବାପା ଘରକୁ ଖବର ଦେଇଥିଲେ । ଖବର ପାଇ ଝିଅର ବାପା ବାଦିଆମ୍ବଗାଁରେ ପଂହଚି ଝିଅ ମରିପଡ଼ିଥିବା ଦେଖି ହିଂଜିଳି ଥାନରେ ଅଧିକ ଯୌତୁକ ଦାବୀ କରି ଶଶୁର ଘର ଲୋକେ ତାଙ୍କ ଝିଅକୁ ମାରି ଦେଇଥିବା ନେଇ ଅଭିଯୋଗ କରିଥିଲେ । ଖବର ପାଇ ହିଂଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ନବନଧୂଙ୍କ ଶବକୁ ଜବତ କରିଥିଲେ । ଅନ୍ୟ ପକ୍ଷରେ ନବବଧୁଙ୍କ ସ୍ୱାସ୍ଥ୍ୟଗତ କାରଣରୁ ମୃତ୍ୟୁ ହୋଇଥିବା ନେଇ ଶଶୁର ଘର ଲୋକେ କହିଛନ୍ତି । କିଛି ଦିନ ପୂର୍ବେ ବାସନ୍ତିଙ୍କ ହାର୍ଟରେ ଷ୍ଟୋନ ହୋଇଯାଇଥିବାରୁ ବ୍ରହ୍ମପୁର ବଡ଼ ଡ଼ାକ୍ତଖାନାରେ ଚିକିତ୍ସିତ କରାଇଥିଲେ । ଶନିବାର ସକାଳେ ବାସନ୍ତିଙ୍କ ମୁଣ୍ଡ ବୁଲାଉଥିବା ନେଇ ପରିବାର ସଦସ୍ୟଙ୍କ କହି ଘରେ ଶୋଇ ପଡ଼ିଥିଲେ । ସକାଳ ୧୦ ଟା ପର୍ଯ୍ୟନ୍ତ ବାସନ୍ତି ନିଦର ନଉଠିବାରୁ ପରିବାର ସଦସ୍ୟ ଉଠାଇବାକୁ ଚେଷ୍ଟା କରିଥିଲେ । ସେତେବେଳକୁ ବାସନ୍ତିଙ୍କ ମୃତ୍ୟୁ ହୋଇ ଯାଇଥିବା ନେଇ ଶଶୁର ଘର ଲୋକେ କହିଛନ୍ତି । ପ୍ରକାଶ ଥାଉକି ବାସନ୍ତି କିଛି ଦିନ ପୂର୍ବେ ବାପାଘରକୁ ବୁଲିବାକୁ ଯାଇ ଗତ ୪ ଦିନ ପୂର୍ବେ ଶଶୁର ଘରକୁ ପେରିଥିଲେ ।