ରକ୍ତଚାପ ଦୂରକରେ ପାଣିରେ ଭିଜା କିସ୍‌ମିସ୍‌

କିସ୍‌ମିସ୍ ପାଟିକୁ ଯେତିକି ସ୍ୱାଦିଷ୍ଟ ଲାଗିଥାଏ, ଶରୀର ପାଇଁ ମଧ୍ୟ ମଧ୍ୟ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ । କିସ୍‌ମିସ୍‌ରେ ଆଇରନ, ପୋଟାସିୟମ, ମ୍ୟାଗ୍ନେସିଅମ ଏବଂ ଫାଇବର ଇତ୍ୟାଦି ଭରପୂର ମାତ୍ରାରେ ରହିଥାଏ । କିସ୍‌ମିସ୍‌କୁ ଖାଲି ଖାଇବା ଅପେକ୍ଷା ଏହାକୁ ପାଣିରେ ଭିଜାଇ ଖାଇଲେ ଅଧିକ ଲାଭ ମିଳିଥାଏ । ଭିଜା କିସ୍‌ମିସ୍ ନିୟମିତ ଖାଇବା ଦ୍ୱାରା ଶରୀରରେ ରକ୍ତର ପରିମାଣ ବଢ଼ିଥାଏ । ଏହାକୁ ନିୟମିତ ଖାଇଲେ ହଜମ ଜନିତ ସମସ୍ୟା ଦୂର ହୋଇଥାଏ । ଗୋଟିଏ ଗ୍ଲାସ ପାଣିରେ ଗୋଟିଏରୁ ୧୨ଟି କିସ୍‌ମିସ୍ ଭିଜାଇ ଖାଇବା ଦ୍ୱାରା ପେଟ ସଫା ହୋଇଯାଇଥାଏ । ଉଭୟଉଚ୍ଚ ଓ ନିମ୍ନ ରକ୍ତଚାପ ଲାଗି ଅତ୍ୟନ୍ତ ଲାଭକାରୀ ଅଟେ କିସ୍‌ମିସ୍ । କାରଣ କିସମିସରେ ପୋଟାସିଅମର ମାତ୍ରା ଅଧିକ ରହିଥିବା କାରଣକୁ ଏନେଇ ଏହା ଶରୀରରେ ଲବଣର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ । କିସ୍‌ମିସ୍ ସେବନ ଯୋଗୁ ଦୃଷ୍ଟିଶକ୍ତି ତୀକ୍ଷ୍ଣ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ