ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ରବିବାର ମହୁରୀ ମଣ୍ଡଳ ହଳଦିଆ ତୈଳକବଂଶ ସମାଜ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର‌୍ୟ୍ୟକ୍ରମରେ ମହୁରୀ ମଣ୍ଡଳ ଅଞ୍ଚଳର ପ୍ରାୟ ସମସ୍ତ ସଭ୍ୟଙ୍କ ସମେତ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, କାହ୍ନୁ ଚରଣ ପତି, କବିରାଜ ସାହୁ, ଶିବରାମ ସାହୁ, ନାରାୟଣ ସାହୁ, ଏନ. ରାଜେନ୍ଦ୍ର କୁମାର ପ୍ରମୁଖ ମୁଖ୍ୟ ଅତିଥିରୁପେ ଯୋଗଦେିଥବାବେଳେ ଆଇନଜୀବି ତଥା ସମାଜ ସେବକ ପ୍ରଦୀପ କୁମାର ବେହେରା ଯୋଗେଦେଇ ଜନସାଧାରଣଙ୍କୁ ରକ୍ତଦାନ ସମ୍ପର୍କରେ ସଚେତନ କରାଇଥିଲେ । ଏହି ରକ୍ତଦାନ ଶିବିରରୁ ମୋଟ ୮୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଉକ୍ତ ଶିବିରରେ ଗୋପୀନାଥ ସାହୁ, କିରଣ କୁମାର ସାହୁ, ମଧୁସୁଦନ ସାହୁ, ରବିନ୍ଦ୍ର ପ୍ରଧାନ, ବାବୁନୀ ବେହେରା ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ