ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆସନ୍ତା ୧୭ତାରିଖରେ ହାଟଡ଼ିହି କଲେଜ ପରିସରରେ ସମ୍ବାଦ ଆମ ଓଡ଼ିଶା ଓ ଆସପେୟାର ହାଟଡ଼ିହି ବ୍ଲକ ର ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର କରିବା ପାଇଁ ଝଣଝଣା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆମ ଓଡ଼ିଶାର ବ୍ଲକ ସଂଯୋଜକ କିଶୋର ଆଚାର୍ଯ୍ୟ, ଅସ୍ପାୟାର ହାଟଡିହି ବ୍ଲକ ସଂଯୋଜକ କୃପାସିନ୍ଧୁ ସିଂ, ଦୁଷ୍ମନ୍ତ କୁମାର ସାହୁ, ସୁମିତ ସୁଭାଶିଷ, ଜୀବନ ଜ୍ୟୋତି ରାଉତ, ସତ୍ୟବ୍ରତ ଜେନା, ଆଦିତ୍ୟ ପଟ୍ଟନାୟକ, ମମତା ରାଉତ, ମଧୁସ୍ମିତା ବାରିକ, ଦଶରଥ ମାଝୀ, ସାଇପ୍ରିୟା ମାଝୀ, ଅରବିନ୍ଦ ସାହୁ, ଅମ୍ଳାନ କୁମାର ଜେନା, ପ୍ରିୟଦର୍ଶନୀ ପରିଡା ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିର ପରିଚାଳନା ଉପରେ ଆଲୋଚନା କରିଥିଲେ। ସକାଳ୧୦ଟାରୁ ଏହି ଶିବିର ଆରମ୍ଭ କରାଯିବା ସହ କିପରି ଅଧିକରୁ ଅଧିକ ୟୁନିଟ ରକ୍ତ ସଂଗୃହୀତ ହେବ ସେନେଇ ଆଲୋଚନା କରାଯାଇଥିଲା।


