ରଙ୍ଗ ତୂଳୀରେ ଖେଳ ବୀରଙ୍କୁ ଅଭିନନ୍ଦନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦିନେ ଯାହାଙ୍କ ଖେଳ ସାରା ବିଶ୍ୱକୁ ଚକିତ କରିଦେଇଥିଲା ଓ ଭାରତ ପାଇଁ ଆଣି ଦେଇଥିଲା ଗର୍ବ ଆଉ ଗୌରବ ସେହି କିମ୍ବଦନ୍ତୀ ହକି ଯାଦୁଗର ମେଜର ଧ୍ୟାନଚାନ୍ଦ ସିଂ ଙ୍କ ଆଜି ହେଉଛି ପୁଣ୍ୟ ଜନ୍ମତିଥି । ବିଶ୍ୱ ହକିରେ ଧ୍ୟାନଚାନ୍ଦ ଥିଲେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ । ଏହି କ୍ରୀଡାବିତ୍ଙ୍କ ଜନ୍ମ ଦିବସ ଅଗଷ୍ଟ ୨୯ ତାରିଖଟିକୁ ଜାତୀୟ କ୍ରୀଡା ଦିବସ ରୂପେ ଆମ ଦେଶରେ ପାଳନ କରାଯାଇଥାଏ । ଯୁବଗୋଷ୍ଠୀ ମଧ୍ୟରେ କ୍ରୀଡାପ୍ରତି ଆଗ୍ରହ ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ୧୦ ବର୍ଷ ବୟସର କୁନି ଚିତ୍ର ଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ରଙ୍ଗତୂଳୀରେ ବିଭିନ୍ନ ଲୋକପ୍ରିୟତା ଲାଭ କରିଥିବା ଖେଳର ଚିତ୍ର ଆଙ୍କି ଦେଶର ଖେଳବୀରଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ଓ ହୃଦୟଭରା ଅଭିନନ୍ଦନ ।