ରଜପରୀ ବିଜେତା ଖୁସିଙ୍କୁ ସମ୍ବର୍ଦ୍ଧନା

ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଢ଼େଇଶୁଣି ପଞ୍ଚାୟତର ଲକ୍ଷ୍ମଣପଲ୍ଲୀ ଗ୍ରାମର ସତ୍ୟବାନ ପ୍ରଧାନଙ୍କ ଝିଅ ଖୁସି ପ୍ରଧାନ ନିକଟରେ ହୋଇଥିବା ଘରୋଇ ଚ୍ୟାନେଲର ଏକ ରିଆଲିଟି ସୋ ରେ ଭାଗ ନେଇ “ରଜ ପରୀ” ପୁରସ୍କାର ବିଜେତା ହୋଇଥିଲେ। ଯାହା ନିଜ ଜିଲ୍ଲା ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ଖୁସି । ଏନେଇ ନେଇ ଲକ୍ଷ୍ମଣପଲ୍ଲୀ ଗ୍ରାମରେ ଶୁଭେଚ୍ଛୁଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଖୁସୀଙ୍କ ନୃତ୍ୟଗୁରୁ ଓ ଲକ୍ଷ୍ମଣପଲ୍ଲୀ ଗ୍ରାମର ବରିଷ୍ଠ ନେତୃ ମଣ୍ଡଳ ମାନେ ଖୁସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ ପାଇଁ କାମନା କରିଥିଲେ । ଖୁସି ନିଜ ଜିଲ୍ଲା ତଥା ନିଜ ଅଞ୍ଚଳରେ ବହୁ ଗୁଡିଏ କାର୍ଯ୍ୟକ୍ରମରେ ଭାଗ ନେଇ ଉଚ୍ଚ ପ୍ରଶଂସା ଲାଭ କରିବା ସହ ପୁରସ୍କୃତ ହୋଇଛନ୍ତି । ଖୁସି ବର୍ତ୍ତମାନ ପାଠ ପଢ଼ୁଥିବା ବେଳେ ଶିଶୁ ପ୍ରତିଭା ଭାବେ ଏହି “ରଜ ପରୀ” ସମ୍ମାନରେ ସମ୍ମାନିତ ହୋଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

Spread the love

Advertisement

ଏବେ ଏବେ