ରଥଯାତ୍ରାରେ ହଜିଯାଇଥିବା ଲକ୍ଷାଧିକ ଟଙ୍କାର ସୁନାଚେନ ଫେରି ପାଇଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ପାରଳାଖେମୁଣ୍ଡି ରଥଯାତ୍ରା ପରିଦର୍ଶନ କରିବା ସମୟରେ ଜଣେ ମହିଳାଙ୍କ ଏକ ସୁନା ଚେନ କୌଣସି କାରଣରୁ ହଜି ଯାଇଥିଲା I ଗତକାଲି ହଜି ଯାଇଥିବା ଏହି ଚେନଟି ପାରଳାଖେମୁଣ୍ଡି ପୋଲିସ ଥାନାରୁ ଫେରି ପାଇଛନ୍ତି ସମ୍ପୃକ୍ତ ମହିଳା I ଘଟଣାରୁ ପ୍ରକାଶ ଗତ 7 ତାରିଖରେ ପାରଳାଖେମୁଣ୍ଡି ସହର କରଣ ସାହି ନିବାସୀ ଜ୍ୟୋତିସିନ୍ଧୁ ପଟ୍ଟନାୟକ ରଥଯାତ୍ରା ଦେଖିବାକୁ ଯାଇଥିଲେ I ରଥଯାତ୍ରା ପରିଦର୍ଶନ ସାରି ଘରକୁ ଫେରି ଦେଖିଥିଲେଯେ ତାଙ୍କ ସୁନାଚେନଟି ବେକରେ ନାହିଁ I ହଜିଯାଇଥିବା ଜାଣି ଦୁଃଖରେ ଭାଙ୍ଗି ପଡ଼ିଥିଲେ ଜ୍ୟୋତିସିନ୍ଧୁ I ହେଲେ ଏହି ହଜି ଯାଇଥିବା ସୁନାଚେନଟି କୋରାପୁଟର ନାରାୟଣାପାଟଣା ଗ୍ରାମର ରହୁଥିବା ସସ୍ମିତା ପାଣିଗ୍ରାହୀ ପାରଳାଖେମୁଣ୍ଡି ରଥଯାତ୍ରା ଦେଖୁଥିବାବେଳେ ଗତ 7 ତାରିଖରେ ଏହି ସୁନାଚେନଟି ପାଇଥିଲେ I ପରେ ପାରଳାଖେମୁଣ୍ଡି ସହରର କିଛି ବ୍ୟକ୍ତିଙ୍କୁ ସୁନାଚେନ ପାଇଥିବା ନେଇ ଜଣାଇଥିଲେ I ସୁନାଚେନଟି ମହିଳା ଜଣକ ପାରଳାଖେମୁଣ୍ଡି ପୋଲିସ ଥାନାକୁ ହସ୍ତାନ୍ତର କରିଥିଲେ I ଏହି ଘଟଣା ଜ୍ୟୋତିସିନ୍ଧୁ ଖବର ପାଇବା ପରେ ଥାନା ସହିତ ଯୋଗାଯୋଗ କରିଥିଲେ I ଗତକାଲି ପାରଳାଖେମୁଣ୍ଡି ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ଦ୍ୱାରା ଜ୍ୟୋତିସିନ୍ଧୁ ତାଙ୍କ ହଜି ଯାଇଥିବା ସୁନାଚେନଟିକୁ ପାରଳା ଥାନାରୁ ଫେରି ପାଇଥିଲେ I ସୁନାଚେନଟି ଫେରି ପାଇବା ପରେ ରଥଯାତ୍ରା ଦେଖୁଥିବାବେଳେ ସୁନାଚେନଟି ପାଇ ପାରଳା ପୋଲିସକୁ ହସ୍ତାନ୍ତର କରିଥିବା ସସ୍ମିତା ପାଣିଗ୍ରାହୀ ସମେତ ପାରଳା ପୋଲିସ ଓ ଏଥିରେ ସହଯୋଗ କରିଥିବା ବ୍ୟକ୍ତିମାନଙ୍କୁ ଜ୍ୟୋତିସିନ୍ଧୁ କୃତଜ୍ଞତା ଜ୍ଞାପନ କରିଛନ୍ତି I


