ରଥଯାତ୍ରା ଉପଲକ୍ଷେ ଭୁବନେଶ୍ୱର ଓକିଲ ସଂଘ ପ୍ରଥପାନ୍ତ ସେବା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ରଥଯାତ୍ରା ଉପଲକ୍ଷେ ଟଙ୍କପାଣି ସାଇ ମନ୍ଦିରଠାରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ପ୍ରଥପାନ୍ତ ସେବା ଅନୁଷ୍ଠିତ ହୋଇଯାଇଛି । ଶ୍ରୀକ୍ଷେତ୍ରକୁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ପାଣି, ଚାହା, ବିସ୍କୁଟ ଦହି ପଣା ବଂଟନ କରାଯାଇଥିଲା । ଏଥିରେ ଜିଲ୍ଲା ଜର୍ଜ ନ୍ୟାୟମୂର୍ତି ରାମ ଶଙ୍କର ହୋତା, ଓକିଲ ସଂଘ ୱେଲଫାୟାର କମିଟିର ପୂର୍ବତନ ସଭାପତିି ନିର୍ମଳ କୁମାର ପଟ୍ଟନାୟକ, ସଂଘର ସଭାପତି ରବି ନାରାୟଣ ସାମନ୍ତରାୟ, ଉପସଭାପତି ଅଭୁମନ୍ୟୁ ସ୍ୱାଇଁ, ସମ୍ପାଦକ ରାଜ୍ କିଶୋର ଦାସ, ସଂଘଠନ ସମ୍ପାଦକ ଅଶୋକ ବଡ଼ପଣ୍ଡା, କୋଷାଧ୍ୟକ୍ଷ ଦିବାକର ମିଶ୍ର, ସହ ସମ୍ପାଦକ ରାଜେନ୍ଦ୍ର କୁମାର ଦାସ, କାର୍ଯ୍ୟକାରୀ କମିଟି ସଦସ୍ୟ ଅଭିନାଶ ମହାନ୍ତି, ଅଶୋକ କୁମାର ସାହୁ, ଚିତ୍ରସେନ ଶ୍ରୀଚନ୍ଦନ, ଦିପ୍ତି ରଞ୍ଜନ ଦଳେଇ, ଅମ୍ରୀତା ସାହୁ, ବନ୍ଦିତା ସାମଲ ସମେତ ପାଂଚ ଶହ ଆଇନଜୀବୀ ସାମିଲ ହୋଇଥିଲେ । ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପ୍ରାୟ ୨ହଜାର ଶ୍ରଦ୍ଧାଳୁଙ୍କୁ ସେବା ଯୋଗାଇ ଦିଆଯାଇଥିଲ । ଟ୍ରଷ୍ଟର ଅଧ୍ୟକ୍ଷ ନୃପେଶ କୁମାର ନାୟକ, ଡ. ଲିଙ୍ଗରାଜ ସାହୁ ଓ ସଭ୍ୟମାନେ ସାମିଲ ହୋଇଥିଲେ ।